ରୁଷ୍ରେ ଘଣ୍ଟାଏ ମଧ୍ୟରେ ୫ ଶକ୍ତିଶାଳୀ ଭୂକମ୍ପ
ମସ୍କୋ : ରୁଷ୍ରେ ଆଜି ଘଣ୍ଟାଏ ମଧ୍ୟରେ ପଛକୁ ପଛ ୫ଟି ଶକ୍ତିଶାଳୀ ଭୂକମ୍ପ ହୋଇଛି। ରୁଷ୍ର ପୂର୍ବଭାଗରେ ଭୂକମ୍ପ ହେବାପରେ ସୁନାମି ଆଲର୍ଟ ଜାରି ହୋଇଛି। ପ୍ରଥମେ ୫.୦ ତୀବ୍ରତାର ଏକ ଭୂକମ୍ପ ହୋଇଥିଲା ଏବଂ ଏହା ପଛକୁ ୬.୭ ତୀବ୍ରତାର ଭୂକମ୍ପ ହୋଇଥିଲା। ପେଟ୍ରୋପାବାଲୋଭସ୍କ-କାମଚାସସ୍କିଟଠାରୁ ୧୫୧ କିମି ପୂର୍ବରେ ଭୂକମ୍ପର କେନ୍ଦ୍ରସ୍ଥଳ ଅଛି। ଏହା ପଛକୁ ଆଜି ୭.୪ ତୀବ୍ରତାର ଅନ୍ୟ ଏକ ଭୂକମ୍ପ ହୋଇଥିଲା ଏବଂ ଭୂକମ୍ପର କେନ୍ଦ୍ରସ୍ଥଳ ୨୦ କିମି ଗଭୀରତାରେ […]
ମସ୍କୋ : ରୁଷ୍ରେ ଆଜି ଘଣ୍ଟାଏ ମଧ୍ୟରେ ପଛକୁ ପଛ ୫ଟି ଶକ୍ତିଶାଳୀ ଭୂକମ୍ପ ହୋଇଛି। ରୁଷ୍ର ପୂର୍ବଭାଗରେ ଭୂକମ୍ପ ହେବାପରେ ସୁନାମି ଆଲର୍ଟ ଜାରି ହୋଇଛି। ପ୍ରଥମେ ୫.୦ ତୀବ୍ରତାର ଏକ ଭୂକମ୍ପ ହୋଇଥିଲା ଏବଂ ଏହା ପଛକୁ ୬.୭ ତୀବ୍ରତାର ଭୂକମ୍ପ ହୋଇଥିଲା। ପେଟ୍ରୋପାବାଲୋଭସ୍କ-କାମଚାସସ୍କିଟଠାରୁ ୧୫୧ କିମି ପୂର୍ବରେ ଭୂକମ୍ପର କେନ୍ଦ୍ରସ୍ଥଳ ଅଛି। ଏହା ପଛକୁ ଆଜି ୭.୪ ତୀବ୍ରତାର ଅନ୍ୟ ଏକ ଭୂକମ୍ପ ହୋଇଥିଲା ଏବଂ ଭୂକମ୍ପର କେନ୍ଦ୍ରସ୍ଥଳ ୨୦ କିମି ଗଭୀରତାରେ ଥିବା ଜଣାପଡ଼ିଥିଲା। ଏହି ଭୂକମ୍ପ ପରେ ୟୁଏସଜିଏସ୍ ( ୟୁନାଇଟେଡ ଷ୍ଟେଟ୍ସ ଜିଓଲୋଜିକାଲ ସର୍ଭେ) ପକ୍ଷରୁ ଏକ ସତର୍କତା ଜାରି ହୋଇଛି। ଏହା ପୂର୍ବରୁ ୬.୬ ଏବଂ ୬.୨ ତୀବ୍ରତାର ଅନ୍ୟ ୨ ଭୂକମ୍ପ ହୋଇଥିଲା। ତେବେ ୭.୪ ତୀବ୍ରତାର ଭୂକମ୍ପ ପାଇଁ ସୁନାମି ସତର୍କତା ଜାରି କରାଯାଇଛି।




