ରୁଷର ବଡ଼ ଏୟାର ଷ୍ଟ୍ରାଇକ; ୟୁକ୍ରେନ ଉପରକୁ ଛାଡ଼ିଲା ୩୬୭ ଡ୍ରୋନ୍ ଓ ମିସାଇଲ

କିଭ୍‌: ୟୁକ୍ରେନ ଉପରେ ବଡ଼ ଧରଣର ଆକ୍ରମଣ କରିଛି ରୁଷ। ରୁଷ ସେନା ୟୁକ୍ରେନର ବିଭିନ୍ନ ସହରକୁ ଟାର୍ଗେଟ କରି ୩୬୭ଟି ଡ୍ରୋନ୍ ଓ ମିସାଇଲ ନିକ୍ଷେପ କରିଥିଲା। ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାପରଠାରୁ ଆକାଶ ମାର୍ଗରେ ଏହା ରୁଷର ସବୁଠୁ ବଡ଼ ଆକ୍ରମଣ ଥିଲା ବୋଲି କୁହାଯାଉଛି। ରୁଷର ଡ୍ରୋନ୍ ଓ ମିସାଇଲ ମାଡ଼ରେ ୟୁକ୍ରେନର ବିଭିନ୍ନ ସହରରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଡଜନ ଲୋକ ଆହତ ହୋଇଛନ୍ତି। […]

ରୁଷର ବଡ଼ ଏୟାର ଷ୍ଟ୍ରାଇକ; ୟୁକ୍ରେନ ଉପରକୁ ଛାଡ଼ିଲା ୩୬୭ ଡ୍ରୋନ୍ ଓ ମିସାଇଲ
Samaya Live Picture
Published On

କିଭ୍‌: ୟୁକ୍ରେନ ଉପରେ ବଡ଼ ଧରଣର ଆକ୍ରମଣ କରିଛି ରୁଷ। ରୁଷ ସେନା ୟୁକ୍ରେନର ବିଭିନ୍ନ ସହରକୁ ଟାର୍ଗେଟ କରି ୩୬୭ଟି ଡ୍ରୋନ୍ ଓ ମିସାଇଲ ନିକ୍ଷେପ କରିଥିଲା। ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାପରଠାରୁ ଆକାଶ ମାର୍ଗରେ ଏହା ରୁଷର ସବୁଠୁ ବଡ଼ ଆକ୍ରମଣ ଥିଲା ବୋଲି କୁହାଯାଉଛି। ରୁଷର ଡ୍ରୋନ୍ ଓ ମିସାଇଲ ମାଡ଼ରେ ୟୁକ୍ରେନର ବିଭିନ୍ନ ସହରରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଡଜନ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ସେମାନେ ଜେତୋମେର ସହରର ବାସିନ୍ଦା ଥିଲେ। କିବ, ଖାରକିବ, ମିକୋଲାଇଭ, ତେର୍ନୋପିଲ ଓ ଖମେଲନିସ୍ତିକି ସହରରେ ମଧ୍ୟ ଡ୍ରୋନ୍ ଓ ମିସାଇଲ ପକାଇଥିଲା ରୁଷ। ରୁଷ ମୋଟ ୩୬୭ଟି ଡ୍ରୋନ୍ ଓ ମିସାଇଲ ଛାଡ଼ିଥିବା ବେଳେ ୟୁକ୍ରେନ ସେନା ସେଥି ମଧ୍ୟରୁ ୨୬୬ଟି ଡ୍ରୋନ୍ ଓ ୪୫ଟି ମିସାଇଲକୁ ଆକାଶ ମାର୍ଗରେ ହିଁ ନଷ୍ଟ କରିଦେବାରେ ସଫଳ ହୋଇଥିଲା। କିନ୍ତୁ ଆଉ ୫୬ଟି ଡ୍ରୋନ୍ ଓ ମିସାଇଲ ୟୁକ୍ରେନର ବିଭିନ୍ନ ସହରରେ ପଡ଼ିଥିଲା। ଫଳରେ ବ୍ୟାପକ କ୍ଷତି ହୋଇଛି। ଅନେକ ଆପାର୍ଟମେଣ୍ଟ ଓ ଭିତ୍ତିଭୂମି ପ୍ରବଳ କ୍ଷତି ସହିଛନ୍ତି। କିବରେ ୧୧ ଜଣ ଆହତ ହୋଇଥିବା ବେଳେ ଖମେଲନିସ୍ତିକିରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଦକ୍ଷିଣ ୟୁକ୍ରେନରେ ଥିବା ମିକୋଲାଇଭ ସହରରେ ଡ୍ରୋନ୍ ମାଡ଼ରେ ଜଣେ ୭୭ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଡ୍ରୋନ୍ ପଡ଼ିବାରୁ ଏହି ସହରର ଏକ ଆବାସିକ ଆପାର୍ଟମେଣ୍ଟର ବ୍ୟାପକ କ୍ଷତି ହୋଇଛି।

Tags: