ରୁଷକୁ ମହାସଙ୍କଟ ମଧ୍ୟକୁ ଠେଲି ଦେଇଛି ୱାଗନର ଗୋଷ୍ଠୀ
ମସ୍କୋ : ରୁଷ୍ର ଶକ୍ତିଶାଳୀ ଘରୋଇ ସେନା ୱାଗନର ଗୋଷ୍ଠୀର ବିଦ୍ରୋହ ରୁଷକୁ ମହାସଙ୍କଟ ଭିତରକୁ ଠେଲି ଦେଇଛି। ୱାଗ୍ନର ଅର୍ଦ୍ଧସାମରିକ ବାହିନୀ ରୁଷ୍ ସରକାର ବିରୋଧରେ ବିଶାଳ ବିଦ୍ରୋହ ଆରମ୍ଭ କରିଛି। ୱାଗନର ଗୋଷ୍ଠୀ ରୁଷ୍ର ୨ଟି ପ୍ରମୁଖ ସହରକୁ ନିଜ ଦଖଲକୁ ନେଇସାରିଛି। ତେବେ ମସ୍କୋ ଦଖଲ ଅଭିଯାନରେ ବାହାରିଥିବା ୱାଗ୍ନର ସେନା ଆଜି ମସ୍କୋଠାରୁ ୩୬୦ କିମି ପୂର୍ବରୁ ପଛକୁ ହଟିଯାଇଛି। ଅଯଥା ରକ୍ତପାତ ଏଡ଼ାଇବା ପାଇଁ ଆମେ ପଛକୁ ହଟିଛୁ ବୋଲି […]
ମସ୍କୋ : ରୁଷ୍ର ଶକ୍ତିଶାଳୀ ଘରୋଇ ସେନା ୱାଗନର ଗୋଷ୍ଠୀର ବିଦ୍ରୋହ ରୁଷକୁ ମହାସଙ୍କଟ ଭିତରକୁ ଠେଲି ଦେଇଛି। ୱାଗ୍ନର ଅର୍ଦ୍ଧସାମରିକ ବାହିନୀ ରୁଷ୍ ସରକାର ବିରୋଧରେ ବିଶାଳ ବିଦ୍ରୋହ ଆରମ୍ଭ କରିଛି। ୱାଗନର ଗୋଷ୍ଠୀ ରୁଷ୍ର ୨ଟି ପ୍ରମୁଖ ସହରକୁ ନିଜ ଦଖଲକୁ ନେଇସାରିଛି। ତେବେ ମସ୍କୋ ଦଖଲ ଅଭିଯାନରେ ବାହାରିଥିବା ୱାଗ୍ନର ସେନା ଆଜି ମସ୍କୋଠାରୁ ୩୬୦ କିମି ପୂର୍ବରୁ ପଛକୁ ହଟିଯାଇଛି। ଅଯଥା ରକ୍ତପାତ ଏଡ଼ାଇବା ପାଇଁ ଆମେ ପଛକୁ ହଟିଛୁ ବୋଲି ୱାଗ୍ନର ମର୍ସିନାରି ଗୋଷ୍ଠୀ ମୁଖ୍ୟ ୟେବଗେନି ପ୍ରିଗୋଝିନ କହିଛନ୍ତି। ମସ୍କୋ ଅଭିଯାନରେ ବାହାରିଥିବା ୨୫ ହଜାର ସୈନିକଙ୍କୁ ସେମାନଙ୍କ ଶିବିରକୁ ଫେରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ସବୁ ବିଦ୍ରୋହୀଙ୍କୁ ନିପାତ କରାଯିବ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘୋଷଣା ମଧ୍ୟ ବିଦ୍ରୋହୀଙ୍କୁ ପଛକୁ ହଟିବା ପାଇଁ ବାଧ୍ୟ କରିଛି ବୋଲି କୁହାଯାଉଛି। ଆଜି ସକାଳେ ବିଦ୍ରୋହୀ ସେନା ଦକ୍ଷିଣାଞ୍ଚଳ ରୁଷ୍ର ରୋସ୍ତବ ଅନ୍ ଡନ୍ ଏବଂ ଭୋର୍ନେଜ ସ୍ଥିତ ରୁଷ୍ ସେନାର ସମସ୍ତ ସାମରିକ ପ୍ରତିଷ୍ଠାନକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ରୋସ୍ତବ ସେନା ମୁଖ୍ୟାଳୟରେ ହିଁ ମସ୍କୋ ଦଖଲ ପାଇଁ ରଣନୀତି ପ୍ରସ୍ତୁତ ହୋଇଥିଲା ଏବଂ ସେଠାରୁ ବିଦ୍ରୋହୀ ସେନା ଆଗକୁ ବଢ଼ିଥିଲେ। ଅନ୍ୟପକ୍ଷରେ ବିଦ୍ରୋହୀଙ୍କ କବଳରୁ ରକ୍ଷା କରିବାକୁ ରୁଷ୍ ସେନା ସମଗ୍ର ସହରରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। ବିଦ୍ରୋହୀମାନେ ଯେ କୌଣସି ସମୟରେ ମସ୍କୋରେ ପଶିବା ସମ୍ଭାବନା ଥିବାରୁ ସଶସ୍ତ୍ର ବିଦ୍ରୋହ ଦମନ ପାଇଁ ରୁଷ୍ ସେନା ଅଭୂତପୂର୍ବ ସୁରକ୍ଷା ପଦକ୍ଷେପ ଗ୍ରହଣ କରିଛି ଏହା ସହିତ ଦେଶଦ୍ରୋହ ମାମଲାରେ ପ୍ରିଗୋଝିନଙ୍କୁ ଗିରଫ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି।
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଯେଉଁମାନେ ଦେଶଦ୍ରୋହର ପଥରେ ଅଛନ୍ତି ଏବଂ ସଶସ୍ତ୍ର ବିଦ୍ରୋହ କରୁଛନ୍ତି ସେମାନଙ୍କୁ ଦମନ କରାଯିବ। ପ୍ରତ୍ୟେକ ଦେଶଦ୍ରୋହୀଙ୍କ ବିରୋଧରେ ଅତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ଭଡ଼ାଟିଆ ସୈନ୍ୟ ଦଳ ରୁଷ୍ ସହରକୁ ଦଖଲ କରିବା ପଛରୁ ଛୁରାଘାତ ବୋଲି ସେ କହିଥିଲେ। ୱାଗ୍ନର ଗୋଷ୍ଠୀ ଏବେ ୟୁକ୍ରେନ୍ ସହାୟତାରେ ରୁଷ୍ରେ କ୍ଷମତା ଦଖଲ ଯୋଜନା କରୁଥିବାରୁ ରୁଷ୍ ରାଜଧାନୀ ମସ୍କୋ ସମେତ ରୁଷ୍ର ସମସ୍ତ ପ୍ରମୁଖ ସହରଗୁଡ଼ିକରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ପୁଟିନ ରୋସ୍ତବରେ ସ୍ଥିତି ଅତ୍ୟନ୍ତ ଜଟିଳ ରହିଛି ବୋଲି ସ୍ବୀକାର କରିଛନ୍ତି। ପୁଟିନ କହିଛନ୍ତି, ଅତ୍ୟଧିକ ଲୋଭ ପାଇଁ ଏହି ସଶସ୍ତ୍ର ବିଦ୍ରୋହ ହୋଇଛି। ଏହା ରୁଷ୍ ଏବଂ ରୁଷ୍ର ଲୋକଙ୍କ ପାଇଁ ଏକ ଶକ୍ତ ଧକ୍କା ବୋଲି ସେ କହିଛନ୍ତି।




