ରୁଦ୍ରପ୍ରୟାଗରେ ବାପାଙ୍କୁ ପିଟିପିଟି ହତ୍ୟା କରିବା ପରେ ପୋଡ଼ିଦେଲେ ଦୁଇଭାଇ

ଡେରାଡୁନ:ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାର ଦୁଇ ଭାଇ ତାଙ୍କ ବାପାଙ୍କୁ ହତ୍ୟା କରି ମୃତଦେହ ପୋଡ଼ି ଦେବା ଅଭିଯୋଗରେ ଗୁରୁବାର ଗିରଫ ହୋଇଛନ୍ତି। ଘଟଣାର ତଦନ୍ତ କରୁଥିବା ସବ୍‌ଇନ୍ସପେକ୍ଟର କୁଲଦୀପ ପନ୍ତ କହିଛନ୍ତି ଯେ ମନିଷ ରାଣା (୨୨) ଓ ଅମିତ ରାଣା (୩୦) ବୁଧବାର ରାତିରେ ଗୁପ୍ତକାଶୀର ବେଦୁଲା ଗ୍ରାମରେ ଥିବା ନିଜ ଘରେ ନିଜର ୫୫ ବର୍ଷୀୟ ବାପା ବଲବୀର ସିଂହ ରାଣାଙ୍କୁ ହତ୍ୟା କରି ପରଦିନ ନଦୀ ନିକଟରେ ତାଙ୍କ ମୃତଦେହକୁ ପୋଡ଼ି ଦେଇଥିଲେ। […]

Samaya Live Picture
Published On

ଡେରାଡୁନ:ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାର ଦୁଇ ଭାଇ ତାଙ୍କ ବାପାଙ୍କୁ ହତ୍ୟା କରି ମୃତଦେହ ପୋଡ଼ି ଦେବା ଅଭିଯୋଗରେ ଗୁରୁବାର ଗିରଫ ହୋଇଛନ୍ତି। ଘଟଣାର ତଦନ୍ତ କରୁଥିବା ସବ୍‌ଇନ୍ସପେକ୍ଟର କୁଲଦୀପ ପନ୍ତ କହିଛନ୍ତି ଯେ ମନିଷ ରାଣା (୨୨) ଓ ଅମିତ ରାଣା (୩୦) ବୁଧବାର ରାତିରେ ଗୁପ୍ତକାଶୀର ବେଦୁଲା ଗ୍ରାମରେ ଥିବା ନିଜ ଘରେ ନିଜର ୫୫ ବର୍ଷୀୟ ବାପା ବଲବୀର ସିଂହ ରାଣାଙ୍କୁ ହତ୍ୟା କରି ପରଦିନ ନଦୀ ନିକଟରେ ତାଙ୍କ ମୃତଦେହକୁ ପୋଡ଼ି ଦେଇଥିଲେ। ନଦୀ ନିକଟରେ ଧୂଆଁ ବାହାରୁଥିବା ଦେଖି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଭାଇମାନେ କୌଣସି ଅନୁଶୋଚନା ନ କରି ବାପାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ଗ୍ରାମବାସୀ ପୁଲିସକୁ ଖବର ଦେବା ପରେ ଦୁଇ ଭାଇଙ୍କୁ ଗିରଫ କରାଯାଇଥିଲା ବୋଲି ପନ୍ତ କହିଛନ୍ତି। ପଚରାଉଚରା ବେଳେ ଦୁଇ ଭାଇ ବାପାଙ୍କ ନିର୍ଯାତନାର ପ୍ରତିଶୋଧ ନେଇଥିବା ପ୍ରକାଶ କରିଛନ୍ତି। ରାଣା ପିଲାଦିନେ ଦୁଇ ଝିଅଙ୍କ ସମେତ ତାଙ୍କ ଚାରି ପିଲାଙ୍କୁ ବାରମ୍ବାର ମାଡ଼ ମାରୁଥିଲେ ଏବଂ ବଢ଼ିଲା ବୟସରେ ମଧ୍ୟ ନିର୍ଯାତନା ଜାରି ରଖିଥିଲେ। ତାଙ୍କର ଏଭଳି ଆଚରଣ ଯୋଗୁଁ ୨୦୧୩ ମସିହାରେ ତାଙ୍କ ପତ୍ନୀ ତାଙ୍କୁ ଛାଡ଼ି ଝିଅମାନଙ୍କୁ ହରିୟାଣା ନେଇଯାଇଥିବା ବେଳେ ପୁଅମାନେ ସେଠାରେ ରହିଥିଲେ। ହେଲେ ତାଙ୍କ ଆଚରଣରେ କୌଣସି ପରିବର୍ତ୍ତନ ଆସି ନ ଥିଲା। ପରେ ଅମିତ ମୁମ୍ବାଇ ଚାଲି ଯାଇଥିଲେ ଯେଉଁଠାରେ ସେ ଏକ ଫୁଡ୍ ଡେଲିଭରି କମ୍ପାନିରେ କାମ କରୁଥିଲେ ଏବଂ ମନିଷ ଡେରାଡୁନରେ ଚାକିରି କରିଥିଲେ। କିଛି ଦିନ ତଳେ ମନିଷ ତାଙ୍କ ରୋଜଗାରରୁ ୭ ହଜାର ଟଙ୍କା ନେଇ ଘରକୁ ଫେରିବା ପରେ ତାଙ୍କ ବାପା ଜୋରଜବରଦସ୍ତ ତାହା ନେଇ ଯାଇଥିଲେ। ମନିଷ ଏ ବିଷୟରେ ଅମିତଙ୍କୁ ଜଣାଇଥିଲେ ଏବଂ ସେ ଡିସେମ୍ବର ୧ ତାରିଖରେ ଘରକୁ ଫେରି ସମସ୍ୟାର ସମାଧାନ କରିବାକୁ କହିଥିଲେ। ବୁଧବାର ରାତିରେ ଅମିତ ବାପାଙ୍କୁ ଟଙ୍କା ଫେରସ୍ତ କରିବାକୁ କହିବା ପରେ ଯୁକ୍ତିତର୍କ ହୋଇଥିଲା। ଗଣ୍ଡଗୋଳ ସମୟରେ ରାଣା ଏକ ପଥର ଉଠାଇ ଅମିତ ଆଡ଼କୁ ଦୌଡ଼ି ଆସି ତାଙ୍କୁ ମାଡ଼ ମାରିଥିଲେ। ଭାଇମାନେ ତାଙ୍କୁ କାବୁ କରି ତଳେ ପକାଇ ପିଟି ପିଟି ହତ୍ୟା କରିଥିଲେ। ପରଦିନ ସେମାନେ ତାଙ୍କ ମୃତଦେହକୁ ନଦୀ ନିକଟରେ ପୋଡ଼ି ଦେଇଥିଲେ।

Tags: