ରିହାତି ଦରରେ ଟମାଟୋ ବିକୁଛନ୍ତି ଆନ୍ଧ୍ର ସରକାର
ଅମରାବତୀ: ସବୁଠି ଏବେ ଟମାଟୋ ଦର ଆକାଶ ଛୁଆଁ ହୋଇଛି। ଟମାଟୋ କିଲୋ ପିଛା କିଛି ସ୍ଥାନରେ ୧୨୦ ଟଙ୍କାରେ ବିକ୍ରି ହେଉଛି। ଆନ୍ଧ୍ରପ୍ରଦେଶରେ ଟମାଟୋ ଦର ୧୦୦ ଟଙ୍କା ପହଞ୍ଚିଥିବାରୁ ରାଜ୍ୟ ସରକାର କିଛି ସ୍ଥାନରେ ରିହାତି ଦରରେ ଟମାଟୋ ବିକିବା ଆରମ୍ଭ କରିଛନ୍ତି। ଆନ୍ଧ୍ରର କଡ଼ପା ଏବଂ କର୍ନୁଲ୍ରେ ଚାଷୀ ବଜାରରେ ଟମାଟୋ କିଲୋ ରିହାତି ଦରରେ ୫୦ ଟଙ୍କାରେ ବିକ୍ରି ହେଉଛି। ଆଗାମୀ ଦିନରେ ଅନ୍ୟ ଜିଲ୍ଲାମାନଙ୍କରେ ବି ସରକାର ରିହାତି ଦରରେ […]
ଅମରାବତୀ: ସବୁଠି ଏବେ ଟମାଟୋ ଦର ଆକାଶ ଛୁଆଁ ହୋଇଛି। ଟମାଟୋ କିଲୋ ପିଛା କିଛି ସ୍ଥାନରେ ୧୨୦ ଟଙ୍କାରେ ବିକ୍ରି ହେଉଛି। ଆନ୍ଧ୍ରପ୍ରଦେଶରେ ଟମାଟୋ ଦର ୧୦୦ ଟଙ୍କା ପହଞ୍ଚିଥିବାରୁ ରାଜ୍ୟ ସରକାର କିଛି ସ୍ଥାନରେ ରିହାତି ଦରରେ ଟମାଟୋ ବିକିବା ଆରମ୍ଭ କରିଛନ୍ତି। ଆନ୍ଧ୍ରର କଡ଼ପା ଏବଂ କର୍ନୁଲ୍ରେ ଚାଷୀ ବଜାରରେ ଟମାଟୋ କିଲୋ ରିହାତି ଦରରେ ୫୦ ଟଙ୍କାରେ ବିକ୍ରି ହେଉଛି। ଆଗାମୀ ଦିନରେ ଅନ୍ୟ ଜିଲ୍ଲାମାନଙ୍କରେ ବି ସରକାର ରିହାତି ଦରରେ ଟମାଟୋ ବିକ୍ରି କରିବେ। ଟମାଟୋ ଦର ଆକାଶ ଛୁଆଁ ହେବାରୁ ସରକାର ଏହି ନୂଆ ଯୋଜନା ଆରମ୍ଭ କରିଛନ୍ତି।




