ରିସୋର୍ଟରେ ଝିଅକୁ ହତ୍ୟା କରି ଆତ୍ମହତ୍ୟା କଲେ ଦମ୍ପତି

ବେଙ୍ଗାଲୁରୁ : କର୍ଣ୍ଣାଟକର କୋଡାଗୁସ୍ଥିତ ଏକ ରିସୋର୍ଟରେ ଜଣେ ଦମ୍ପତି ଓ ତାଙ୍କ ୧୧ ବର୍ଷ ଝିଅର ମୃତଦେହ ଉଦ୍ଧାର କରାଯାଇଛି। ଦମ୍ପତି ଜଣଙ୍କ ସେମାନଙ୍କ ଝିଅକୁ ହତ୍ୟା କରିବାପରେ ନିଜେ ଆତ୍ମହତ୍ୟା କରିଦେଇଛନ୍ତି। ସେମାନେ ଏକ ଚିଠି ଛାଡି ଯାଇଛନ୍ତି। ଅତ୍ୟଧିକ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇ ଏଭଳି ଚରମ ପଦକ୍ଷେପ ନେଇଥିବା ସେମାନେ ଏହି ଚିଠିରେ ଜଣାଇଛନ୍ତି। ବିନୋଦ (୪୩), ପତ୍ନୀ ଜୁବି ଆବ୍ରାହମ (୩୭) ଓ ଝିଅ ଯୋହନ (୧୧)ଙ୍କ ମୃତଦେହ ଉକ୍ତ […]

Samaya Live Picture
Published On

ବେଙ୍ଗାଲୁରୁ : କର୍ଣ୍ଣାଟକର କୋଡାଗୁସ୍ଥିତ ଏକ ରିସୋର୍ଟରେ ଜଣେ ଦମ୍ପତି ଓ ତାଙ୍କ ୧୧ ବର୍ଷ ଝିଅର ମୃତଦେହ ଉଦ୍ଧାର କରାଯାଇଛି। ଦମ୍ପତି ଜଣଙ୍କ ସେମାନଙ୍କ ଝିଅକୁ ହତ୍ୟା କରିବାପରେ ନିଜେ ଆତ୍ମହତ୍ୟା କରିଦେଇଛନ୍ତି। ସେମାନେ ଏକ ଚିଠି ଛାଡି ଯାଇଛନ୍ତି। ଅତ୍ୟଧିକ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇ ଏଭଳି ଚରମ ପଦକ୍ଷେପ ନେଇଥିବା ସେମାନେ ଏହି ଚିଠିରେ ଜଣାଇଛନ୍ତି। ବିନୋଦ (୪୩), ପତ୍ନୀ ଜୁବି ଆବ୍ରାହମ (୩୭) ଓ ଝିଅ ଯୋହନ (୧୧)ଙ୍କ ମୃତଦେହ ଉକ୍ତ ଘରୋଇ ରିସୋର୍ଟର କୋଠରିରୁ ମିଳିଥିଲା। ସେମାନେ କେରଳର କୋଟ୍ଟାୟମ ବାସିନ୍ଦା । ପୁଲିସ କହିଛି ଯେ ଦମ୍ପତି ଜଣଙ୍କ ଶନିବାର ଦିନ ରିସୋର୍ଟକୁ ଆସିଥିଲେ। ଝିଅକୁ ହତ୍ୟା କରିବା ପରେ ଦମ୍ପତି ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।

Tags: