ରାୟପୁରରେ ‘ନ୍ୟୁଡ୍‌ ପାର୍ଟି’ ଯୋଜନା ପଣ୍ଡ, ୬ ଅଟକ

ରାୟପୁର : ଛତିଶଗଡ଼ ରାଜଧାନୀ ରାୟପୁରରେ ଏକ ବିବାଦୀୟ ‘ନ୍ୟୁଡ୍‌ ପାର୍ଟି’ ଆୟୋଜନ ଯୋଜନା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ବିରୋଧ ଦେଖିବାକୁ ମିଳିଛି। ପୁଲିସ ଏହି ମାମଲାରେ ୬ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଆସନ୍ତା ସେପ୍ଟେମ୍ବର ୨୧ରେ ଏକ ଗୁପ୍ତ ଫାର୍ମହାଉସରେ ହେବାକୁ ଥିବା ଏହି ପାର୍ଟି ପାଇଁ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଆକାଉଣ୍ଟ ଦ୍ୱାରା ପ୍ରଚାର ହୋଇଥିଲା। ଏଥିରେ ଅଂଶଗ୍ରହଣକାରୀଙ୍କୁ ବିନା ବସ୍ତ୍ରରେ ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। […]

ରାୟପୁରରେ ‘ନ୍ୟୁଡ୍‌ ପାର୍ଟି’ ଯୋଜନା ପଣ୍ଡ, ୬ ଅଟକ
Samaya Live Picture
Published On

ରାୟପୁର : ଛତିଶଗଡ଼ ରାଜଧାନୀ ରାୟପୁରରେ ଏକ ବିବାଦୀୟ ‘ନ୍ୟୁଡ୍‌ ପାର୍ଟି’ ଆୟୋଜନ ଯୋଜନା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ବିରୋଧ ଦେଖିବାକୁ ମିଳିଛି। ପୁଲିସ ଏହି ମାମଲାରେ ୬ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଆସନ୍ତା ସେପ୍ଟେମ୍ବର ୨୧ରେ ଏକ ଗୁପ୍ତ ଫାର୍ମହାଉସରେ ହେବାକୁ ଥିବା ଏହି ପାର୍ଟି ପାଇଁ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଆକାଉଣ୍ଟ ଦ୍ୱାରା ପ୍ରଚାର ହୋଇଥିଲା। ଏଥିରେ ଅଂଶଗ୍ରହଣକାରୀଙ୍କୁ ବିନା ବସ୍ତ୍ରରେ ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ସହିତ ମୋବାଇଲ ନିଷେଧ କରାଯିବା ସହ ଏଣ୍ଟ୍ରି ଫି’ ଜଣ ପ୍ରତି ୪୦,୦୦୦ ଟଙ୍କା ଓ ଦମ୍ପତିଙ୍କ ପାଇଁ ୧ ଲକ୍ଷ ଟଙ୍କା ନିର୍ଦ୍ଧାରିତ ହୋଇଥିଲା। ମୁମ୍ବାଇ ଓ ବେଙ୍ଗାଲୁରୁରୁ କଳାକାରମାନେ ପ୍ରଦର୍ଶନ ପାଇଁ ଆସୁଥିବା ମଧ୍ୟ ସୂଚନା ଦିଆଯାଇଛି। ଏଥି ସହ ଡ୍ରଗ୍‌ କାର୍ଟେଲ ସହ ସମ୍ପର୍କ ଥିବା ସନ୍ଦେହ ହେଉଛି, ଯାହା ଏକ ଉଚ୍ଚବର୍ଗର ପାର୍ଟି ପାଇଁ ମାଦକ ଦ୍ରବ୍ୟ ଯୋଗାଉଥିବା ଆଶଙ୍କା ରହିଛି। ସେପ୍ଟେମ୍ବର ୧୨-୧୩ରେ ନ୍ୟୁଡ୍‌ ପାର୍ଟି ପୋଷ୍ଟ୍‌ ଭାଇରାଲ ହେବା ପରେ ରାୟପୁର ପୁଲିସ ତଦନ୍ତ ଆରମ୍ଭ କରି ପ୍ରଥମେ ଦୁଇ ଜଣ ଯୁବକଙ୍କୁ ଅଟକ ରଖିଥିଲା। ସେମାନଙ୍କୁ ଜେରାରୁ ମିଳିଥିବା ତଥ୍ୟ ଆଧାରରେ ଅନ୍ୟ ୪ ଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟ ବିଦେଶୀ ଦମ୍ପତି ମଧ୍ୟ ଅଛନ୍ତି। ଅଟକ ବ୍ୟକ୍ତିଙ୍କ ମୋବାଇଲରୁ ନ୍ୟୁଡ୍‌ ପାର୍ଟି ଆୟୋଜନ ବିଷୟରେ ତଥ୍ୟ ମିଳିଛି। ଏସ୍‌ଏସ୍‌ପି ଉମେଦ ସିଂହ କହିଛନ୍ତି, ‘ଏଭଳି ଅଶୋଭନୀୟ ପାର୍ଟିକୁ ଅନୁମତି ଦିଆଯିବ ନାହିଁ। ପାର୍ଟି ବାତିଲ ହୋଇଛି ଏବଂ ଆମେ ତଦନ୍ତ ଜାରି ରଖିଛୁ।’

Tags: