ରାହୁଲ ପରମାଣୁ ବୋମାକୁ ଭୟ କରିପାରନ୍ତି କିନ୍ତୁ ବିଜେପି ନୁହେଁ : ଶାହ

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ରବିବାର ଦିନ କହିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧି ପରମାଣୁ ବୋମାକୁ ଭୟ କରିପାରନ୍ତି କିନ୍ତୁ ବିଜେପି ଭୟ କରେନା। ଶାହ କହିଛନ୍ତି, ପିଓକେ (ପାକିସ୍ତାନ ଅକୁପାଏଡ କାଶ୍ମୀର) ଭାରତର ଏବଂ ଭାରତ ଏହା ପାକିସ୍ତାନଠାରୁ ଛଡ଼ାଇ ଆଣିବ। ଉଲ୍ଲେଖଯୋଗ୍ୟ ଯେ ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟର ପାକିସ୍ତାନ ନିକଟରେ ପରମାଣୁ ବୋମା ଅଛି ବୋଲି ଯେଉଁ ଟିପ୍ପଣୀ ଦେଇଥିଲେ ସେହି ପ୍ରସଙ୍ଗରେ ଶାହ ଆଜି […]

Samaya Live Picture
Published On

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ରବିବାର ଦିନ କହିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧି ପରମାଣୁ ବୋମାକୁ ଭୟ କରିପାରନ୍ତି କିନ୍ତୁ ବିଜେପି ଭୟ କରେନା। ଶାହ କହିଛନ୍ତି, ପିଓକେ (ପାକିସ୍ତାନ ଅକୁପାଏଡ କାଶ୍ମୀର) ଭାରତର ଏବଂ ଭାରତ ଏହା ପାକିସ୍ତାନଠାରୁ ଛଡ଼ାଇ ଆଣିବ। ଉଲ୍ଲେଖଯୋଗ୍ୟ ଯେ ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟର ପାକିସ୍ତାନ ନିକଟରେ ପରମାଣୁ ବୋମା ଅଛି ବୋଲି ଯେଉଁ ଟିପ୍ପଣୀ ଦେଇଥିଲେ ସେହି ପ୍ରସଙ୍ଗରେ ଶାହ ଆଜି ଏହି ଟିପ୍ପଣୀ ଦେଇଛନ୍ତି। ପ୍ରତାପଗଡ଼ର ଏକ ନିର୍ବାଚନ ରାଲିରେ କୌଶମ୍ଭୀ (ଏସସି) ଲୋକସଭା ଆସନରୁ ବିଜେପି ପ୍ରାର୍ଥୀଙ୍କ ପାଇଁ କରୁଥିବା ଏକ ନିର୍ବାଚନ ରାଲିରେ ଉଦବୋଧନ ଦେଇ ଶାହ ଆଜି ଏହି ଟିପ୍ପଣୀ ଦେଇଛନ୍ତି। ଶାହ କହିଛନ୍ତି, ରାହୁଲ ବାବା ଆପଣମାନେ ଯଦି ପରମାଣୁ ବୋମାକୁ ନେଇ ଭୟ କରୁଛ କର କିନ୍ତୁ ଆମେମାନେ ଭୟ କରୁନୁ। ପିଓକେ ହେଉଛି ଭାରତ ଏବଂ ଆମେ ପିଓକେକୁ ନେଇ ଆସିବୁ। ଉଲ୍ଲେଖଯୋଗ୍ୟ ୨ ଦିନ ତଳେ ମଣି ଶଙ୍କର ଆୟରଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ଆୟର ପାକିସ୍ତାନକୁ ସମ୍ମାନ ଦେବାକୁ କହୁଥିବା ଦେଖିବାକୁ ମିଳିଛି। ଉକ୍ତ ଭିଡିଓ ଜୋରଦାର ଭାଇରାଲ ହେବାପରେ ମଣିଶଙ୍କର ଆୟରଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି।

Tags: