ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମାମଲାର ଶୁଣାଣି ଜୁନ ୭ରେ
ସୁଲତାନପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ମହାନହାନି ମାମଲା ରୁଜୁ ହୋଇଥିଲା। ଏମପି ଏମଏଲ୍ଏ କୋର୍ଟରେ ଉକ୍ତ ମାମଲାର ଶୁଣାଣି ଆସନ୍ତାମାସ ୭ ତାରିଖରେ ହେବ। ବିଜେପି ନେତା ବିଜୟ ମିଶ୍ରଙ୍କ ଦ୍ବାରା ରାହୁଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ରାହୁଲଙ୍କ ଆଇନଜୀବୀ କାଶୀ ପ୍ରସାଦ ଶୁକ୍ଳା ଅଦାଲତରେ ଏକ ଦରଖାସ୍ତ ଦେଇଥିଲେ। ଲୋକସଭା ନିର୍ବାଚନ ପାଇଁ ରାହୁଲ ବ୍ୟସ୍ତ ଥିବାରୁ ଅଦାଲତରେ ହାଜର […]
ସୁଲତାନପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ମହାନହାନି ମାମଲା ରୁଜୁ ହୋଇଥିଲା। ଏମପି ଏମଏଲ୍ଏ କୋର୍ଟରେ ଉକ୍ତ ମାମଲାର ଶୁଣାଣି ଆସନ୍ତାମାସ ୭ ତାରିଖରେ ହେବ। ବିଜେପି ନେତା ବିଜୟ ମିଶ୍ରଙ୍କ ଦ୍ବାରା ରାହୁଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ରାହୁଲଙ୍କ ଆଇନଜୀବୀ କାଶୀ ପ୍ରସାଦ ଶୁକ୍ଳା ଅଦାଲତରେ ଏକ ଦରଖାସ୍ତ ଦେଇଥିଲେ। ଲୋକସଭା ନିର୍ବାଚନ ପାଇଁ ରାହୁଲ ବ୍ୟସ୍ତ ଥିବାରୁ ଅଦାଲତରେ ହାଜର ହେବା ଲାଗି ସମୟ ମାଗିଥିଲେ। କିନ୍ତୁ ଆବେଦନକାରୀଙ୍କ ଓକିଲ ରାହୁଲ ଅଦାଲତରେ ହାଜରକୁ ଏଡ଼ାଉଛନ୍ତି ବୋଲି କହିଥିଲେ। ଏହାପରେ ଅଦାଲତର ବିଚାରପତି ଶୁଭମ ବର୍ମା ଜୁନ ୭ରେ ଏହି ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। ଗତବର୍ଷ ଡିସେମ୍ବରରେ ଅଦାଲତ ରାହୁଲଙ୍କ ନାମରେ ୱାରେଣ୍ଟ ଜାରି କରିଥିଲେ। ଏହାପରେ ରାହୁଲ ଆମେଥିଠାରେ ତାଙ୍କର ଭାରତ ଯୋଡ଼ୋ ନ୍ୟାୟଯାତ୍ରାକୁ ଫେବ୍ରୁଆରି ୨୦ରେ ବନ୍ଦ କରି ଅଦାଲତରେ ହାଜର ହୋଇଥିଲେ। ବିଚାରପତି ତାଙ୍କୁ ଜାମିନ ଦେଇଥିଲେ। ବେଙ୍ଗାଲୁରୁଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗୃହମନ୍ତ୍ରୀ ଶାହଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନେଇ ୨୦୧୮ ଅଗଷ୍ଟ ୪ରେ ଏହି ଅଭିଯୋଗ ହୋଇଥିଲା।
।




