ରାହୁଲ ଗାନ୍ଧୀଙ୍କ ବାଇଡେନ୍ ଟିପ୍ପଣୀକୁ କଡ଼ା ସମାଲୋଚନା କଲା ବିଦେଶ ମନ୍ତ୍ରାଳୟ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରିବାକୁ ଯାଇ ତାଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ ତୁଳନା କରିଥିଲେ। ରାହୁଲ କହିଥିଲେ ଆମେରିକା ରାଷ୍ଟ୍ରପତି ବାଇଡେନ୍ଙ୍କ ପରି ପ୍ରଧାନମନ୍ତ୍ରୀ ତାଙ୍କ ସ୍ମୃତିଶକ୍ତି ହରାଇ ଦେଉଛନ୍ତି। ତେବେ ରାହୁଲଙ୍କ ଏହି ଟିପ୍ପଣୀକୁ ବିଦେଶ ବ୍ୟାପାର ମନ୍ତ୍ରାଳୟ କଡ଼ା ସମାଲୋଚନା କରିଛି। ମନ୍ତ୍ରାଳୟ ରାହୁଲଙ୍କର ଏହି ଟିପ୍ପଣୀକୁ ଦୁର୍ଭାଗ୍ୟଜନକ କହିବା ସହ ଏଭଳି ଟିପ୍ପଣୀ ଆମେରିକା ସହ ଭାରତର ଉତ୍ତମ ବନ୍ଧୁତାକୁ ନଜରରେ […]
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରିବାକୁ ଯାଇ ତାଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ ତୁଳନା କରିଥିଲେ। ରାହୁଲ କହିଥିଲେ ଆମେରିକା ରାଷ୍ଟ୍ରପତି ବାଇଡେନ୍ଙ୍କ ପରି ପ୍ରଧାନମନ୍ତ୍ରୀ ତାଙ୍କ ସ୍ମୃତିଶକ୍ତି ହରାଇ ଦେଉଛନ୍ତି। ତେବେ ରାହୁଲଙ୍କ ଏହି ଟିପ୍ପଣୀକୁ ବିଦେଶ ବ୍ୟାପାର ମନ୍ତ୍ରାଳୟ କଡ଼ା ସମାଲୋଚନା କରିଛି। ମନ୍ତ୍ରାଳୟ ରାହୁଲଙ୍କର ଏହି ଟିପ୍ପଣୀକୁ ଦୁର୍ଭାଗ୍ୟଜନକ କହିବା ସହ ଏଭଳି ଟିପ୍ପଣୀ ଆମେରିକା ସହ ଭାରତର ଉତ୍ତମ ବନ୍ଧୁତାକୁ ନଜରରେ ରଖି ଦିଆଯାଇନଥିବା କହିଛି। ଭାରତର ଆମେରିକା ସହ ଅତ୍ୟନ୍ତ ଉତ୍ତମ ବନ୍ଧୁତା ରହିଛି। ୨ ରାଷ୍ଟ୍ର ବର୍ଷବର୍ଷ ଧରି ପାରସ୍ପରିକ ସମ୍ମାନ ଏବଂ ପ୍ରତିଶ୍ରୁତିବଦ୍ଧତାରେ ଚାଲିଛନ୍ତି। ଆମେରିକାର ରାଷ୍ଟ୍ରପତିଙ୍କ ବିରୋଧରେ ଏଭଳି ଟିପ୍ପଣୀ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ରର ଅମରାବତୀରେ ଚଳିତ ମାସ ଆରମ୍ଭରେ ଏକ ନିର୍ବାଚନ ରାଲିରେ ଉଦବୋଧନ ଦେଇ ରାହୁଲ ଗାନ୍ଧୀ କହିଥିଲେ ଯେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପରି ପ୍ରଧାନମନ୍ତ୍ରୀ ବି ତାଙ୍କ ସ୍ମୃତିଶକ୍ତି ହରାଇବା ଭଳି ଲାଗୁଛି। ରାହୁଲ ଗାନ୍ଧୀଙ୍କର ଏହି ଟିପ୍ପଣୀକୁ ପୂର୍ବରୁ ଡାକ୍ତରମାନେ ବି କଡ଼ା ସମାଲୋଚନା କରିଥିଲେ। ରାହୁଲଙ୍କର ଏହି ଟିପ୍ପଣୀ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପ୍ରତି କ୍ଷତିକାରକ ଏବଂ ଧାରଣା ସୃଷ୍ଟି କରୁଛି ବୋଲି ଡାକ୍ତରମାନେ କହିଥିଲେ।




