ରାହୁଲ ଗାନ୍ଧିଙ୍କ ଶକ୍ତି ଟିପ୍ପଣୀ ପାଇଁ ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହେଲା ବିଜେପି
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ’ଶକ୍ତି’ ଟିପ୍ପଣୀ ଏବଂ ଇଭିଏମ୍ (ଇଲେକଟ୍ରୋନିକ ଭୋଟିଂ ମେସିନ୍)କୁ ନେଇ ରାହୁଲ ଦେଇଥିବା ଟିପ୍ପଣୀକୁ ବିରୋଧ କରି ବିଜେପି ରାହୁଲଙ୍କ ବିରୋଧରେ ଇସି (ନିର୍ବାଚନ କମିସନ)ରେ ଅଭିଯୋଗ କରିଛି। ମୁମ୍ବାଇରେ ଏକ ରାଲିରେ ଉଦବୋଧନ ଦେଇ ରାହୁଲ ଗାନ୍ଧି କହିଥିଲେ, ହିନ୍ଦୁଧର୍ମରେ ଶକ୍ତି ନାମକ ଏକ ଶବ୍ଦ ଅଛି। ଆମେ ’ଶକ୍ତି’ ବିରୋଧରେ ଲଢ଼େଇ କରୁଛୁ। ସେ ପୁଣିଥରେ କହିଥିଲେ ଏବେ ପ୍ରଷ୍ନ ଉଠୁଛି ଶକ୍ତି କ’ଣ।ରାହୁଲ କହିଥିଲେ […]
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ’ଶକ୍ତି’ ଟିପ୍ପଣୀ ଏବଂ ଇଭିଏମ୍ (ଇଲେକଟ୍ରୋନିକ ଭୋଟିଂ ମେସିନ୍)କୁ ନେଇ ରାହୁଲ ଦେଇଥିବା ଟିପ୍ପଣୀକୁ ବିରୋଧ କରି ବିଜେପି ରାହୁଲଙ୍କ ବିରୋଧରେ ଇସି (ନିର୍ବାଚନ କମିସନ)ରେ ଅଭିଯୋଗ କରିଛି। ମୁମ୍ବାଇରେ ଏକ ରାଲିରେ ଉଦବୋଧନ ଦେଇ ରାହୁଲ ଗାନ୍ଧି କହିଥିଲେ, ହିନ୍ଦୁଧର୍ମରେ ଶକ୍ତି ନାମକ ଏକ ଶବ୍ଦ ଅଛି। ଆମେ ’ଶକ୍ତି’ ବିରୋଧରେ ଲଢ଼େଇ କରୁଛୁ। ସେ ପୁଣିଥରେ କହିଥିଲେ ଏବେ ପ୍ରଷ୍ନ ଉଠୁଛି ଶକ୍ତି କ’ଣ।ରାହୁଲ କହିଥିଲେ ରାଜାଙ୍କ ଆତ୍ମା ଇଭିଏମରେ ରହିଛି। ଏଠାରେ ରାହୁଲ ମୋଦୀଙ୍କୁ ରାଜା କହିଛନ୍ତି। ରାହୁଲ କହିଛନ୍ତି, ଏହା ସତ। ରାଜାଙ୍କ ଆତ୍ମା ଇଭିଏମରେ ରହିଛି ଏବଂ ଦେଶର ପ୍ରତି ଅନୁଷ୍ଠାନ ଇଡି, ସିବିଆଇ ଏବଂ ଆୟକର ବିଭାଗରେ ରହିଛି। ରାହୁଲ ମଧ୍ୟ ଅଭିଯୋଗ କରିଥିଲେ ଯେ ମୋଦୀ ଭୋଟିଂ ମେସିନ୍ ବିନା ନିର୍ବାଚନ ଜିତି ପାରିବେନି। କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ଆଜି ନିର୍ବାଚନ କମିସନ ଅଫିସରେ ପହଞ୍ଚି ରାହୁଲଙ୍କ ଏହି ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସେ ଦାବି କରିଛନ୍ତି।




