ରାହୁଲ ଗାନ୍ଧିଙ୍କୁ ବିଜେପିର କଟାକ୍ଷ, ସେ ଆମେଥିରୁ ନିର୍ବାଚନ ଲଢ଼ିପାରିବେନି କିନ୍ତୁ ସରକାର ଗଠନ କଥା କହୁଛନ୍ତି

ନୂଆଦିଲ୍ଲୀ : ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି। ବିରୋଧୀ ଇଣ୍ଡିଆ ମେଣ୍ଟ ଲୋକସଭା ନିର୍ବାଚନ ଜିତିବ ବୋଲି ରାହୁଲ ଦାବି କରିଥିବାବେଳେ ସୁଧାଂଶୁ ତ୍ରିବେଦୀ ତାଙ୍କୁ କଟାକ୍ଷ କରି କହିଛନ୍ତି, ଯିଏ ଆମେଥୀରୁ ନିର୍ବାଚନ ଲଢ଼ିପାରୁନାହାନ୍ତି ସେ କେନ୍ଦ୍ରରେ ସରକାର ଗଠନ କରିବା କଥା କହୁଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଆମେଥୀ ଆସନରେ ସ୍ମୃତି ଇରାନୀଙ୍କଠାରୁ ହାରିଯିବାପରେ ଚଳିତ […]

Samaya Live Picture
Published On

ନୂଆଦିଲ୍ଲୀ : ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି। ବିରୋଧୀ ଇଣ୍ଡିଆ ମେଣ୍ଟ ଲୋକସଭା ନିର୍ବାଚନ ଜିତିବ ବୋଲି ରାହୁଲ ଦାବି କରିଥିବାବେଳେ ସୁଧାଂଶୁ ତ୍ରିବେଦୀ ତାଙ୍କୁ କଟାକ୍ଷ କରି କହିଛନ୍ତି, ଯିଏ ଆମେଥୀରୁ ନିର୍ବାଚନ ଲଢ଼ିପାରୁନାହାନ୍ତି ସେ କେନ୍ଦ୍ରରେ ସରକାର ଗଠନ କରିବା କଥା କହୁଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଆମେଥୀ ଆସନରେ ସ୍ମୃତି ଇରାନୀଙ୍କଠାରୁ ହାରିଯିବାପରେ ଚଳିତ ଥର ସେ ଆଉ ଆମେଥିରୁ ନିର୍ବାଚନ ଲଢ଼ୁନାହାନ୍ତି। ସୋନିଆ ଗାନ୍ଧି ରାଜ୍ୟସଭାକୁ ଯିବାପରେ ରାହୁଲ ରାଏବରେଲି ଆସନରେ ନିର୍ବାଚନ ଲଢ଼ୁଛନ୍ତି। ଅନ୍ୟପକ୍ଷେ ଗାନ୍ଧି ପରିବାରର ଜଣେ ବିଶ୍ବସ୍ତ ବ୍ୟକ୍ତି କିଶୋରୀ ଲାଲ୍ ଶର୍ମା ଆମେଥିରେ ସ୍ମୃତିଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି। ତ୍ରିବେଦୀ କହିଛନ୍ତି, କଂଗ୍ରେସରେ ଜଣେ ସାଂସଦ ଏକ ଯାତ୍ରାର ନେତୃତ୍ବ ନେଉଛନ୍ତି କିନ୍ତୁ ଉଭୟ ଗୃହରେ ଏହାର ନେତା ତାଙ୍କ ପଛରେ ଠିଆ ହେଉଛନ୍ତି। ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସର ସଭାପତି ହୋଇଥିଲେ ମଧ୍ୟ ରାହୁଲ ଗାନ୍ଧିଙ୍କ ପୋଷ୍ଟର ସବୁଠି ଦେଖିବାକୁ ମିଳୁଛି। ଉଲ୍ଲେଖଯୋଗ୍ୟ ଯେ ନିକଟରେ ସୁପ୍ରିମକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ସମେତ କିଛି ପ୍ରମୁଖ ନାଗରିକ ମୋଦୀ ଏବଂ ରାହୁଲ ଗାନ୍ଧିଙ୍କୁ ଖୋଲା ବିତର୍କରେ ଭାଗ ନେବାପାଇଁ ଆହ୍ବାନ କରିଥିଲେ। ରାହୁଲ ଗାନ୍ଧି କହିଥିଲେ ସେ ବିତର୍କ ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଏଥିପାଇଁ ରାଜି ହେବେନାହିଁ। ଏହି ପ୍ରସଙ୍ଗରେ ତ୍ରିବେଦୀ ରାହୁଲଙ୍କୁ ଟାର୍ଗେଟ୍ କରି ଏଭଳି ଟିପ୍ପଣୀ ଦେଇଛନ୍ତି।

Tags: