ରାହୁଲ କ୍ଷମା ନମାଗିଲେ ଏତଲା ରୁଜୁ କରିବି : ସବରକରଙ୍କ ନାତି
ନୂଆଦିଲ୍ଲୀ, ୨୮/୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ଧମକ ଦେଇଛନ୍ତି ବୀର ସବରକରଙ୍କ ନାତି ରଂଜିତ ସବରକର। ରଂଜିତ କହିଛନ୍ତି, ଯଦି ରାହୁଲ ‘ସବରକର’ଙ୍କୁ ନେଇ ଦେଇଥିବା ଟିପ୍ପଣୀ ପାଇଁ କ୍ଷମା ନମାଗନ୍ତି ତେବେ ମୁଁ ତାଙ୍କ ବିରୋଧରେ ଏତଲା ରୁଜୁ କରିବି। ରଂଜିତ ସବରକର ରାହୁଲ ଗାନ୍ଧୀଙ୍କଠାରୁ ପ୍ରମାଣ ମାଗିଛନ୍ତି। ସବରକର ବ୍ରିଟିସ କର୍ତ୍ତୃପକ୍ଷଙ୍କୁ କ୍ଷମା ମାଗିଥିବା ସଂକ୍ରାନ୍ତରେ ରାହୁଲ ପ୍ରମାଣ ଦିଅନ୍ତୁ ବୋଲି ସବରକର କହିଛନ୍ତି। ରଂଜିତ […]
ନୂଆଦିଲ୍ଲୀ, ୨୮/୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ଧମକ ଦେଇଛନ୍ତି ବୀର ସବରକରଙ୍କ ନାତି ରଂଜିତ ସବରକର। ରଂଜିତ କହିଛନ୍ତି, ଯଦି ରାହୁଲ ‘ସବରକର’ଙ୍କୁ ନେଇ ଦେଇଥିବା ଟିପ୍ପଣୀ ପାଇଁ କ୍ଷମା ନମାଗନ୍ତି ତେବେ ମୁଁ ତାଙ୍କ ବିରୋଧରେ ଏତଲା ରୁଜୁ କରିବି। ରଂଜିତ ସବରକର ରାହୁଲ ଗାନ୍ଧୀଙ୍କଠାରୁ ପ୍ରମାଣ ମାଗିଛନ୍ତି। ସବରକର ବ୍ରିଟିସ କର୍ତ୍ତୃପକ୍ଷଙ୍କୁ କ୍ଷମା ମାଗିଥିବା ସଂକ୍ରାନ୍ତରେ ରାହୁଲ ପ୍ରମାଣ ଦିଅନ୍ତୁ ବୋଲି ସବରକର କହିଛନ୍ତି। ରଂଜିତ କହିଛନ୍ତି, ପୂର୍ବତନ ସାଂସଦ ଯାହା ବି କରୁଛନ୍ତି ତାହା ପିଲାଳିଆମି। ଉଲ୍ଲେଖଯୋଗ୍ୟ ଯେ ରାହୁଲଙ୍କ ସଂସଦ ସଦସ୍ୟତା ରଦ୍ଦ ହେବାପରେ ସେ ମାର୍ଚ୍ଚ ୨୫ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ରାହୁଲ ତାଙ୍କ ବ୍ରିଟେନ ଟିପ୍ପଣୀ ଏବଂ ମୋଦୀ ସାଙ୍ଗିଆ ଟିପ୍ପଣୀ ପାଇଁ କ୍ଷମା ମାଗିବେ କି ବୋଲି ପ୍ରଶ୍ନ କରାଯିବାରୁ ଏହାର ଉତ୍ତର ଦେଇ ରାହୁଲ କହିଥିଲେ , ‘ମୋ ନାଁ ସବରକର ନୁହେଁ। ମୋ ନାଁ ଗାନ୍ଧୀ। ଗାନ୍ଧୀ କେବେ କାହାକୁ କ୍ଷମା ମାଗେନା ।




