ରାହୁଲଙ୍କ ‘ସବରକର’ ଟିପ୍ପଣୀ ପାଇଁ ଉଦ୍ଧବଙ୍କ କଡ଼ା ଚେତାବନୀ
ମୁମ୍ବାଇ, ୨୭/୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ସବରକର’ ଟିପ୍ପଣୀ ପାଇଁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ କଡ଼ା ଚେତାବନୀ ଦେଇଛନ୍ତି। ଠାକ୍ରେ କହିଛନ୍ତି, ଯଦି କଂଗ୍ରେସ ନେତା ଆମର ଭଗବାନଙ୍କୁ ଅପମାନ ଦେବା ବନ୍ଦ ନକରିବେ ତେବେ ମହାରାଷ୍ଟ୍ର ବିରୋଧୀ ମେଣ୍ଟରେ ଫାଟ ସୃଷ୍ଟି ହେବ। ଉଦ୍ଧବ କହିଛନ୍ତି, ରାହୁଲଙ୍କୁ ମୁଁ ଏହା କହିବାକୁ ଚାହୁଛି ଯେ ଆମେମାନେ ଏକାଠି ହେଲେ, ତାହା ଠିକ୍। ଆମେ ଦେଶର ଗଣତନ୍ତ୍ର ଏବଂ ସମ୍ବିଧାନକୁ ସୁରକ୍ଷା […]
ମୁମ୍ବାଇ, ୨୭/୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ସବରକର’ ଟିପ୍ପଣୀ ପାଇଁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ କଡ଼ା ଚେତାବନୀ ଦେଇଛନ୍ତି। ଠାକ୍ରେ କହିଛନ୍ତି, ଯଦି କଂଗ୍ରେସ ନେତା ଆମର ଭଗବାନଙ୍କୁ ଅପମାନ ଦେବା ବନ୍ଦ ନକରିବେ ତେବେ ମହାରାଷ୍ଟ୍ର ବିରୋଧୀ ମେଣ୍ଟରେ ଫାଟ ସୃଷ୍ଟି ହେବ। ଉଦ୍ଧବ କହିଛନ୍ତି, ରାହୁଲଙ୍କୁ ମୁଁ ଏହା କହିବାକୁ ଚାହୁଛି ଯେ ଆମେମାନେ ଏକାଠି ହେଲେ, ତାହା ଠିକ୍। ଆମେ ଦେଶର ଗଣତନ୍ତ୍ର ଏବଂ ସମ୍ବିଧାନକୁ ସୁରକ୍ଷା ଦେବାପାଇଁ ଏକାଠି ହେଲେ। କିନ୍ତୁ ଏଭଳି କିଛି ମନ୍ତବ୍ୟ ଦିଅନାହିଁ ଯାହା ଆମ ଭିତରେ ଫାଟ ସୃଷ୍ଟି କରିବ। ବିଜେପି ଆପଣଙ୍କୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଛି। ଯଦି ଆମେ ଏଥର ସୁଯୋଗ ହରାଇଦେବା ତେବେ ଦେଶ ଏକଛତ୍ରବାଦ ଆଡ଼କୁ ଚାଲିଯିବ। ଉଲ୍ଲେଖଯୋଗ୍ୟ ଯେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବାପରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ରାହୁଲ ତାଙ୍କ ଗଣତନ୍ତ୍ର ଟିପ୍ପଣୀ ପାଇଁ କ୍ଷମା ଦାବି ସଂକ୍ରାନ୍ତରେ କହିଥିଲେ, ମୋ ନାଁ ସବରକର ନୁହେଁ। ମୁଁ ଗାନ୍ଧି। ଗାନ୍ଧି କେବେ କ୍ଷମା ମାଗେନା। ରାହୁଲଙ୍କ ଏହି ଟିପ୍ପଣୀ ପାଇଁ ଉଦ୍ଧବ ଚେତାବନୀ ଦେଇଛନ୍ତି। ରାହୁଲ ମଧ୍ୟ ଭାରତ ଯୋଡ଼ୋ ଯାତ୍ରା ସମୟରେ ବୀର ସବରକରଙ୍କୁ ସମାଲୋଚନା କରି ଦେଇଥିବା ଟିପ୍ପଣୀ ପାଇଁ କଂଗ୍ରେସ ଏବଂ ଉଦ୍ଧବଙ୍କ ଦଳ ମଧ୍ୟରେ ବିବାଦ ଦେଖାଦେଇଥିଲା।




