ରାହୁଲଙ୍କ ବିରୋଧରେ ବିଜେପି ସାଂସଦଙ୍କ ଅଭିଯୋଗ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସାଂସଦ ଶୋଭା କରନ୍ଦଲାଜେ ଓ ଦଳର ଅନ୍ୟ ମହିଳା ସାଂସଦମାନେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟରେ ଅଭିଯୋଗ କରିଛନ୍ତି। ରାହୁଲ ଲୋକସଭାରେ ବିଜେପି ସାଂସଦଙ୍କୁ ଫ୍ଲାଇଂ କିସ୍ ଦେବାକୁ ସେମାନେ ଅଶୋଭନୀୟ କହିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ ରାହୁଲ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଅଶୋଭନୀୟ ଇସାରା କରିଛନ୍ତି। ଶୋଭା କରନ୍ଦଲାଜେ ୨୧ ମହିଳା ବିଜେପି ସାଂସଦଙ୍କ ଦ୍ବାରା ସ୍ବାକ୍ଷରିତ […]

Samaya Live Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସାଂସଦ ଶୋଭା କରନ୍ଦଲାଜେ ଓ ଦଳର ଅନ୍ୟ ମହିଳା ସାଂସଦମାନେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟରେ ଅଭିଯୋଗ କରିଛନ୍ତି। ରାହୁଲ ଲୋକସଭାରେ ବିଜେପି ସାଂସଦଙ୍କୁ ଫ୍ଲାଇଂ କିସ୍ ଦେବାକୁ ସେମାନେ ଅଶୋଭନୀୟ କହିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ ରାହୁଲ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଅଶୋଭନୀୟ ଇସାରା କରିଛନ୍ତି। ଶୋଭା କରନ୍ଦଲାଜେ ୨୧ ମହିଳା ବିଜେପି ସାଂସଦଙ୍କ ଦ୍ବାରା ସ୍ବାକ୍ଷରିତ ଏକ ଚିଠିକୁ ବାଚସ୍ପତିଙ୍କ ଚାମ୍ବରରେ ଦାଖଲ କରିଛନ୍ତି ଏବଂ ରାହୁଲଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି।

Tags: