ରାହୁଲଙ୍କ ବିଆର୍‌ଆଇ ମନ୍ତବ୍ୟକୁ ଜୟଶଙ୍କରଙ୍କ ସମାଲୋଚନା

ନୂଆଦିଳ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ନିକଟରେ ବ୍ରସେଲ୍ସ ଗସ୍ତ ସମୟରେ ଚୀନ୍‌ର ବେଲ୍ଟ ଆଣ୍ଡ୍‌ ରୋଡ୍ କାର୍ଯ୍ୟକ୍ରମକୁ ନେଇ ଯେଉଁ ଟିପ୍ପଣୀ ରଖିଥିଲେ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କୁ ସେଥିପାଇଁ କଡ଼ା ସମାଲୋଚନା କରିଛନ୍ତି। ସେ ରାହୁଲଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ‘ବେଳେବେଳେ ଆପଣ ଭୁଲବଶତଃ ନିଜର ବାସ୍ତବ ସ୍ଥିତିକୁ ପଦାରେ ପକାଇ ଦିଅନ୍ତି ଏବଂ ଏପରି କରିବା ଦ୍ୱାରା ଆପଣଙ୍କ ଆଭ୍ୟନ୍ତରୀଣ ଭାବନା ପଦାକୁ ଆସିଯାଏ। ଇଣ୍ଡିଆ ଟିଭି କାର୍ଯ୍ୟକ୍ରମ ‘ଆପ୍ କି […]

Samaya Live Picture
Published On

ନୂଆଦିଳ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ନିକଟରେ ବ୍ରସେଲ୍ସ ଗସ୍ତ ସମୟରେ ଚୀନ୍‌ର ବେଲ୍ଟ ଆଣ୍ଡ୍‌ ରୋଡ୍ କାର୍ଯ୍ୟକ୍ରମକୁ ନେଇ ଯେଉଁ ଟିପ୍ପଣୀ ରଖିଥିଲେ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କୁ ସେଥିପାଇଁ କଡ଼ା ସମାଲୋଚନା କରିଛନ୍ତି। ସେ ରାହୁଲଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ‘ବେଳେବେଳେ ଆପଣ ଭୁଲବଶତଃ ନିଜର ବାସ୍ତବ ସ୍ଥିତିକୁ ପଦାରେ ପକାଇ ଦିଅନ୍ତି ଏବଂ ଏପରି କରିବା ଦ୍ୱାରା ଆପଣଙ୍କ ଆଭ୍ୟନ୍ତରୀଣ ଭାବନା ପଦାକୁ ଆସିଯାଏ। ଇଣ୍ଡିଆ ଟିଭି କାର୍ଯ୍ୟକ୍ରମ ‘ଆପ୍ କି ଅଦାଲତ’ରେ ଏହାର ମୁଖ୍ୟ ସମ୍ପାଦକ ତଥା ଅଧ୍ୟକ୍ଷ ରଜତ ଶର୍ମାଙ୍କ ସହ ଏକ ସ୍ୱତନ୍ତ୍ର କଥାବାର୍ତ୍ତାରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ରାହୁଲ ଗାନ୍ଧିଙ୍କ ବ୍ରସେଲ୍ସ ଗସ୍ତ ଉପରେ ପ୍ରତିକ୍ରିୟା ରଖିଥିଲେ। ସେ ‘ବେଲ୍ଟ ଆଣ୍ଡ ରୋଡ୍’ ଅଭିଯାନ ସମେତ ଚୀନ୍‌ର ଦୃଷ୍ଟିକୋଣ ଉପରେ ପ୍ରଶଂସାମୂଳକ ମନ୍ତବ୍ୟ ଦେଇଥିଲେ ଓ ଭାରତର ନିନ୍ଦା କରିଥିଲେ।
ଜୟଶଙ୍କର କହିଥିଲେ, ଯେତେବେଳେ ଆମ ଇତିହାସର ସବୁଠାରୁ ବଡ଼ ସମ୍ମିଳନୀ (ଜି-୨୦) ଦିଲ୍ଲୀରେ ହେଉଥିଲା, ଯାହାକୁ ସମସ୍ତେ ପ୍ରଶଂସା କରିବା କଥା, ସେତେବେଳେ ରାହୁଲ ବାହାରକୁ ଯାଇ ସମାଲୋଚନା କରୁଛନ୍ତି। କିନ୍ତୁ ମୁଁ ଯାହା କହିବାକୁ ଚାହେଁ ତାହା ହେଉଛି – ବେଳେବେଳେ ଆପଣ ଭୁଲରେ ନିଜର ଅସଲ ସ୍ଥିତି ପଦାରେ ପକାଇ ଦିଅନ୍ତି। ଚାଇନିଜ୍ ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ ପ୍ରୋଜେକ୍ଟ ଭଳି। ଏହା ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଦେଇ ଯାଇଛି। ଯେତେବେଳେ ଆପଣ ବେଲ୍ଟ ଆଣ୍ଡ ରୋଡ୍ ବିଷୟରେ କହୁଛନ୍ତି, ଆପଣ ଦୁଇଟି ଶବ୍ଦ ମଧ୍ୟ କହୁନାହାନ୍ତି ଯେ, ଏହା ଆମର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ। ତେଣୁ ଆପଣ ଦେଖନ୍ତୁ, ଏହାଦ୍ବାରା ଆପଣଙ୍କ ଆଭ୍ୟନ୍ତରୀଣ ଭାବନା କିପରି ପଦାକୁ ଆସିଯାଇଛି ।

Tags: