ରାହୁଲଙ୍କ ପ୍ରଶ୍ନ: ଧନଖଡ଼ ଏବେ କେଉଁଠି ?

ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଜୁଲାଇ ୨୧ ତାରିଖରେ ଇସ୍ତଫା ଦେବା ପରଠାରୁ ଆଉ ସର୍ବସାଧାରଣରେ ଦେଖାଯାଉନାହାନ୍ତି। ଜଗଦୀପ ଧନଖଡ଼ କେଉଁଠାରେ ଅଛନ୍ତି ଏବଂ ସେ କାହିଁକି ସମ୍ପୂର୍ଣ୍ଣ ନିରବ ହୋଇଯାଇଛନ୍ତି ସେନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚିନ୍ତା ପ୍ରକଟ କରିଛନ୍ତି। ବିରୋଧୀ ଇଣ୍ଡି ମେଣ୍ଟର ମିଳିତ ଉପରାଷ୍ଟ୍ରପତି ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡିଙ୍କୁ ଅଭିନନ୍ଦନ ଜଣାଇବାପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟିପ୍ପଣୀ ଦେଇ ରାହୁଲ କହିଛନ୍ତି, ‘ଧନଖଡ଼ ଇସ୍ତଫା ଦେବା ପଛରେ ଏକ […]

ରାହୁଲଙ୍କ ପ୍ରଶ୍ନ: ଧନଖଡ଼ ଏବେ କେଉଁଠି ?
Samaya Live Picture
Published On

ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଜୁଲାଇ ୨୧ ତାରିଖରେ ଇସ୍ତଫା ଦେବା ପରଠାରୁ ଆଉ ସର୍ବସାଧାରଣରେ ଦେଖାଯାଉନାହାନ୍ତି। ଜଗଦୀପ ଧନଖଡ଼ କେଉଁଠାରେ ଅଛନ୍ତି ଏବଂ ସେ କାହିଁକି ସମ୍ପୂର୍ଣ୍ଣ ନିରବ ହୋଇଯାଇଛନ୍ତି ସେନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚିନ୍ତା ପ୍ରକଟ କରିଛନ୍ତି। ବିରୋଧୀ ଇଣ୍ଡି ମେଣ୍ଟର ମିଳିତ ଉପରାଷ୍ଟ୍ରପତି ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡିଙ୍କୁ ଅଭିନନ୍ଦନ ଜଣାଇବାପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟିପ୍ପଣୀ ଦେଇ ରାହୁଲ କହିଛନ୍ତି, ‘ଧନଖଡ଼ ଇସ୍ତଫା ଦେବା ପଛରେ ଏକ କାହାଣୀ ରହିଛି । ରାହୁଲ କହିଛନ୍ତି, ଉପରାଷ୍ଟ୍ରପତି କାହିଁକି ଏଭଳି ସ୍ଥିତିରେ ଅଛନ୍ତି ଯେଉଁଠି ସେ ଗୋଟିଏ ଶବ୍ଦ ବି କହି ପାରୁନାହାନ୍ତି ଏବଂ ତାଙ୍କୁ ଲୁଚିବାକୁ ପଡ଼ୁଛି। ପୁରୁଣା ଉପରାଷ୍ଟ୍ରପତି କୁଆ‌ଡ଼େ ଗଲେ। କାହିଁକି ସେ ଲୁଚିଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

Tags: