ରାହୁଲଙ୍କ ଦଣ୍ଡାଦେଶ ବିରୋଧରେ ରାଷ୍ଟ୍ରପତି ଭବନକୁ ବିରୋଧୀ ସାଂସଦଙ୍କ ପଦଯାତ୍ରା
ନୂଆଦିଲ୍ଲୀ, ୨୪/୩ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଦଣ୍ଡାଦେଶକୁ ବିରୋଧ କରି ଆଜି ବିଭିନ୍ନ ବିରୋଧୀ ଦଳ ସାଂସଦମାନେ ରାଷ୍ଟ୍ରପତି ଭବନକୁ ପଦଯାତ୍ରା କରିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ବିଜୟ ଚୌକ ନିକଟରୁ ଏହି ଆନ୍ଦୋଳନ ଯାତ୍ରା ଆରମ୍ଭ ହୋଇଛି। ବିରୋଧୀ ସାଂସଦମାନେ ଉଭୟ ରାହୁଲଙ୍କ ଦଣ୍ଡାଦେଶକୁ ବିରୋଧ କରି ଏବଂ ଆଦାନୀ-ହିଣ୍ଡେନବର୍ଗ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି କରି ଏହି ପଦଯାତ୍ରା କରିଛନ୍ତି। ସେମାନେ ‘ଡିମୋକ୍ରାସି ଇନ୍ ଡେଞ୍ଜର’ ତଥା ଗଣତନ୍ତ୍ର ବିପଦରେ ଲେଖା […]
ନୂଆଦିଲ୍ଲୀ, ୨୪/୩ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଦଣ୍ଡାଦେଶକୁ ବିରୋଧ କରି ଆଜି ବିଭିନ୍ନ ବିରୋଧୀ ଦଳ ସାଂସଦମାନେ ରାଷ୍ଟ୍ରପତି ଭବନକୁ ପଦଯାତ୍ରା କରିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ବିଜୟ ଚୌକ ନିକଟରୁ ଏହି ଆନ୍ଦୋଳନ ଯାତ୍ରା ଆରମ୍ଭ ହୋଇଛି। ବିରୋଧୀ ସାଂସଦମାନେ ଉଭୟ ରାହୁଲଙ୍କ ଦଣ୍ଡାଦେଶକୁ ବିରୋଧ କରି ଏବଂ ଆଦାନୀ-ହିଣ୍ଡେନବର୍ଗ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି କରି ଏହି ପଦଯାତ୍ରା କରିଛନ୍ତି। ସେମାନେ ‘ଡିମୋକ୍ରାସି ଇନ୍ ଡେଞ୍ଜର’ ତଥା ଗଣତନ୍ତ୍ର ବିପଦରେ ଲେଖା ହୋଇଥିବା ଏକ ବିଶାଳ ବ୍ୟାନର ଧରି ଆନ୍ଦୋଳନ ଯାତ୍ରା କରିଛନ୍ତି। ସାଂସଦମାନେ ଉକ୍ତ ପ୍ରସଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଆଲୋଚନା କରିବାକୁ ଚାହିଛନ୍ତି। ଆଜି ପଦଯାତ୍ରା ଆରମ୍ଭ ହେବା ପୂର୍ବରୁ ୧୨ ବିରୋଧୀ ଦଳର ନେତାମାନେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସଂସଦରେ ଭେଟି ଆଲୋଚନା କରିଥିଲେ। ଏହାପରେ ଆନ୍ଦୋଳନ ପଦଯାତ୍ରା ଆରମ୍ଭ ହୋଇଥିଲା। ଅନ୍ୟପକ୍ଷେ ଆଜି ବିଭିନ୍ନ ରାଜ୍ୟରେ ମଧ୍ୟ କଂଗ୍ରେସ ନେତା ଏବଂ କର୍ମୀମାନେ ରାହୁଲଙ୍କ ଦଣ୍ଡାଦେଶ ବିରୋଧରେ ଆନ୍ଦୋଳନ କରିଛନ୍ତି। କେନ୍ଦ୍ର ସରକାର ପ୍ରତିଶୋଧମୂଳକ ରାଜନୀତି କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଇତି ମଧ୍ୟରେ କର୍ଣ୍ଣାଟକ ପୁଲିସ ଆଜି ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାର ଏବଂ ଅନ୍ୟ ଦଳୀୟ ନେତା ଏବଂ କର୍ମୀଙ୍କୁ ଅଟକ ରଖିଛି। ସେମାନେ ସୁରଟ କୋର୍ଟଙ୍କ ରାୟକୁ ବିରୋଧ କରି ଆନ୍ଦୋଳନ କରିଥିବାରୁ ପୁଲିସ ସେମାନଙ୍କୁ ଅଟକ ରଖିଛି। କଂଗ୍ରେସ ସାଧାରଣ ସଚିବ କେସି ବେଣୁଗୋପାଳ କହିଛନ୍ତି, ସୁରଟ କୋର୍ଟଙ୍କ ରାୟ ଦୁର୍ଭାଗ୍ୟଜନକ। ରାହୁଲ ଆଦାନୀ-ହିଣ୍ଡେନବର୍ଗ ପ୍ରସଙ୍ଗରେ ସ୍ବର ଉତ୍ତୋଳନ କରିଥିବାରୁ ତାଙ୍କୁ ଅଟକାଇବାପାଇଁ ଏହା ଏକ ଷଡ଼ଯନ୍ତ୍ର।




