ରାହୁଲଙ୍କୁ ରାବଣ ଦର୍ଶାଇ ବିଜେପିର ପୋଷ୍ଟର ଜାରି, କଂଗ୍ରେସର ତୀବ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କର ଏକ ୧୦ ମୁଣ୍ଡ ଥିବା ପୋଷ୍ଟର ଜାରି କରି ବିଜେପି ଏକ୍ସରେ ଲେଖିଛି ଯେ ସେ ହେଉଛନ୍ତି ‘ଏ ଯୁଗର ରାବଣ’। ଫିଲ୍ମ ପୋଷ୍ଟର ଭଳି ଦେଖାଯାଉଥିବା ଏହି ପୋଷ୍ଟର ତଳେ ବିଜେପି ଲେଖିଛି- ‘ରାବଣ, ଏ କଂଗ୍ରେସ ପାର୍ଟି ପ୍ରଡକ୍ସନ, ଡାଇରେକ୍ଟେଡ୍ ବାଇ ଜର୍ଜ ସୋରସ’। ଉକ୍ତ ପୋଷ୍ଟରକୁ ନେଇ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେପି ଅନେକ ସମୟରେ ହଙ୍ଗେରୀୟ-ଆମେରିକୀୟ ବ୍ୟବସାୟୀ ତଥା ଫିଲାନ୍‌ଥ୍ରପି‌ଷ୍ଟ ସୋରସଙ୍କୁ ଟାର୍ଗେଟ କରିଥାଏ, […]

Samaya Live Picture
Published On

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କର ଏକ ୧୦ ମୁଣ୍ଡ ଥିବା ପୋଷ୍ଟର ଜାରି କରି ବିଜେପି ଏକ୍ସରେ ଲେଖିଛି ଯେ ସେ ହେଉଛନ୍ତି ‘ଏ ଯୁଗର ରାବଣ’। ଫିଲ୍ମ ପୋଷ୍ଟର ଭଳି ଦେଖାଯାଉଥିବା ଏହି ପୋଷ୍ଟର ତଳେ ବିଜେପି ଲେଖିଛି- ‘ରାବଣ, ଏ କଂଗ୍ରେସ ପାର୍ଟି ପ୍ରଡକ୍ସନ, ଡାଇରେକ୍ଟେଡ୍ ବାଇ ଜର୍ଜ ସୋରସ’। ଉକ୍ତ ପୋଷ୍ଟରକୁ ନେଇ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେପି ଅନେକ ସମୟରେ ହଙ୍ଗେରୀୟ-ଆମେରିକୀୟ ବ୍ୟବସାୟୀ ତଥା ଫିଲାନ୍‌ଥ୍ରପି‌ଷ୍ଟ ସୋରସଙ୍କୁ ଟାର୍ଗେଟ କରିଥାଏ, ଯିଏ ବିଶ୍ବର ବିଭିନ୍ନ ସଂଗଠନକୁ ବିପୁଳ ଟଙ୍କା ଦାନ କରିଥାନ୍ତି। ଏହି ଦାନକୁ ଅନ୍ୟ ଦେଶର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ଭାବେ ଦେଖାଯାଇଥାଏ। ବିଜେପି ଏକ୍ସରେ ଲେଖିଛି, ଇଏ (ରାହୁଲ) ହେଉଛନ୍ତି ନୂଆ ଯୁଗର ରାବଣ। ସେ ଅସତ୍, ଧର୍ମବିରୋଧୀ ଓ ରାମ-ବିରୋଧୀ। ତାଙ୍କର ଲକ୍ଷ୍ୟ ହେଉଛି ଭାରତକୁ ଧ୍ବଂସ କରିବା। କଂଗ୍ରେସ ନେତା ଜୟରାମ ରମେଶ ଏଭଳି ପୋଷ୍ଟର ଜାରି କରିବା ନେଇ ବିଜେପିକୁ ପ୍ରଶ୍ନ କରିଛନ୍ତି। ରମେଶ ଏକ୍ସରେ ଟ୍ବିଟ୍ କରିଛନ୍ତି ଯେ ରାହୁଲ ଗାନ୍ଧିଙ୍କ ବିରୋଧରେ ହିଂସାକୁ ଉସୁକାଇବା ପାଇଁ ବିଜେପି ଏପରି କରିଛି। ବିଜେପି ହ୍ୟାଣ୍ଡେଲରେ ଏଭଳି ଲଜ୍ଜାଜନକ ଗ୍ରାଫିକ୍‌କୁ ନିନ୍ଦା କରିବା ପାଇଁ ଭାଷା ନାହିଁ। ସେମାନଙ୍କ ହୀନ ଉଦ୍ଦେଶ୍ୟ ସ୍ପଷ୍ଟ, ସେମାନେ ରାହୁଲ ଗାନ୍ଧିଙ୍କୁ ହତ୍ୟା କରିବାକୁ ଚାହୁଛନ୍ତି, ଯାହାଙ୍କ ବାପା ଓ ଜେଜେମାଆଙ୍କୁ ହତ୍ୟା କରାଯାଇଛି ବୋଲି କେସି ବେଣୁଗୋପାଳ ଏକ୍ସରେ ଲେଖିଛନ୍ତି। ସେ ପୁଣି ଲେଖିଛନ୍ତି ଯେ, ସେମାନେ ରାହୁଲଙ୍କୁ ଦିଆଯାଉଥିବା ଏସ୍‌ପିଜି ସୁରକ୍ଷାକୁ ହଟାଇ ନେଇଛନ୍ତି।

Tags: