ରାହୁଲଙ୍କୁ ବୁଦ୍ଦୁ କହିଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ: ବିଜେପି ସାଂସଦ ଅନୁରାଗ ଠାକୁର ଗତ ମଙ୍ଗଳବାର ଦିନ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଦେଇଥିବା ଜାତି ଟିପ୍ପଣୀ ପାଇଁ ବିବାଦ ହୋଇଥିବା ବେଳେ ଗୁରୁବାର ପୁଣିଥରେ ଠାକୁର ରାହୁଲଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାହୁଲ ଗାନ୍ଧୀଙ୍କ ପିତା ରାଜୀବ ଗାନ୍ଧୀ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗରେ ଦେଇଥିବା ଏକ ଟିପ୍ପଣୀକୁ ଉଲ୍ଲେଖ କରି ଠାକୁର ଆଜି ରାହୁଲଙ୍କୁ ‘ବୁଦ୍ଦୁ’ କହିଛନ୍ତି। ଠାକୁର […]

Samaya Live Picture
Published On

ନୂଆଦିଲ୍ଲୀ: ବିଜେପି ସାଂସଦ ଅନୁରାଗ ଠାକୁର ଗତ ମଙ୍ଗଳବାର ଦିନ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଦେଇଥିବା ଜାତି ଟିପ୍ପଣୀ ପାଇଁ ବିବାଦ ହୋଇଥିବା ବେଳେ ଗୁରୁବାର ପୁଣିଥରେ ଠାକୁର ରାହୁଲଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାହୁଲ ଗାନ୍ଧୀଙ୍କ ପିତା ରାଜୀବ ଗାନ୍ଧୀ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗରେ ଦେଇଥିବା ଏକ ଟିପ୍ପଣୀକୁ ଉଲ୍ଲେଖ କରି ଠାକୁର ଆଜି ରାହୁଲଙ୍କୁ ‘ବୁଦ୍ଦୁ’ କହିଛନ୍ତି। ଠାକୁର କହିଛନ୍ତି, ରାଜୀବ ଗାନ୍ଧୀ ଦିନେ ଦଳିତଙ୍କୁ ବୁଦ୍ଦୁ କହିଥିଲେ। କିନ୍ତୁ ଦିନେ ଅନ୍ୟମାନଙ୍କୁ ବୁଦ୍ଦୁ କହୁଥିବା ଲୋକଙ୍କ ଘରେ ଆଜି ଅନେକ ବୁଦ୍ଦୁ ଅଛନ୍ତି। ୧୯୮୫ ମସିହା ମାର୍ଚ୍ଚ ୩ ତାରିଖରେ ରାଜୀବ ଗାନ୍ଧୀ ନବଭାରତ ଟାଇମ୍ସକୁ ‌ଦେଇଥିବା ଏକ ସାକ୍ଷାତକାରର କିଛି ଅଂଶ ପଢ଼ି ଠାକୁର ରାହୁଲଙ୍କ ବିରୋଧରେ ବୁଦ୍ଦୁ ଟିପ୍ପଣୀ ଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ – ‘ରାଜୀବ ଗାନ୍ଧୀ ଅନୁଭବ କରିଥିଲେ ଯେ ସମ୍ବିଧାନ ପ୍ରଣୟନ ବେ‌ଳେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଅତୀତରେ ବଡ଼ ଧରଣର ରାଜନୀତି କରାଯାଇଛି। କିନ୍ତୁ ଏହି ସମସ୍ତ ବ୍ୟବସ୍ଥା ଉପରେ ପୁନର୍ବିଚାର କରିବାର ସମୟ ଏବେ ଆସିଛି। ‌ଯେଉଁ ଲୋକ ବାସ୍ତବରେ ପଛୁଆ ଏବଂ ଦଳିତ ସେମାନଙ୍କୁ ସଂରକ୍ଷଣ ସୁବିଧା ମିଳୁ। କିନ୍ତୁ ଯଦି ବୋକାମାନଙ୍କୁ ଉତ୍ସାହିତ କରିବାପାଇଁ ବିଭିନ୍ନ ଅଞ୍ଚଳରେ ଏହି ସୁବିଧା ବୃଦ୍ଧି କରାଯିବ ତେବେ ସମଗ୍ର ଦେଶ ଏଥିପାଇଁ ପୀଡ଼ିତ ହେବ।’ ଅନୁରାଗ ଠାକୁର ରାଜୀବ ଗାନ୍ଧୀଙ୍କର ଏହି ସାକ୍ଷାତକାରର କିଛି ଅଂଶ ପଢ଼ିବା ସହ କହିଥିଲେ ମୁଁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମହାଜ୍ଞାନୀ ପୁଅଙ୍କୁ ଏହା ପଚାରିବାକୁ ଚାହୁଛି ଯେ ତାଙ୍କ ବାପାଙ୍କ ଆଖିରେ କ’ଣ ପଛୁଆ ଶ୍ରେଣୀମାନେ ବୁଦ୍ଦୁ ଥିଲେ କି। କଂଗ୍ରେସ କ’ଣ ଏହି ଟିପ୍ପଣୀକୁ ନିନ୍ଦା କରିପାରିବ। ଏହି ଟିପ୍ପଣୀ ବିରୋଧରେ କ’ଣ କଂଗ୍ରେସ ପ୍ରସ୍ତାବ ଗୃହୀତ କରିପାରିବ କି ? ଉଲ୍ଲେଖଯୋଗ୍ୟ ଠାକୁରଙ୍କ ଜାତି ଟିପ୍ପଣୀ ଭାଷଣକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିବା ସହ ଏହାକୁ ସୋସିଆଲ ମିଡିଆରେ ସେୟାର କରିବାରୁ କଂଗ୍ରେସ ଏହାକୁ ବିରୋଧ କରିଥିଲା ଏବଂ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ୍‌ ଆଣିଥିଲା।

Tags: