ରାସ୍ତା କଡ଼ରେ ଶୋଇଥିବା ବେଳେ ଟ୍ରକ୍ ମାଡ଼ିଗଲା, ୨ ଶିଶୁ ସମେତ ୫ ମୃତ
ଥ୍ରିସୁର: କେରଳର ଥ୍ରିସୁରର ନାଟ୍ଟିକାରେ ୧୦ରୁ ଅଧିକ ଲୋକ ରାସ୍ତା କଡ଼ରେ ଶୋଇଥିବା ବେଳେ ସେମାନଙ୍କ ଉପରେ ଏକ ଟ୍ରକ୍ ମାଡ଼ି ଯାଇଥିଲା। ଫଳରେ ୨ ଶିଶୁଙ୍କ ସମେତ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଅନ୍ୟ ୭ ଜଣ ଏହି ଘଟଣାରେ ଆହତ ହୋଇଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଅତି ଗୁରୁତର ଥିବାବେଳେ ସେମାନଙ୍କୁ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ମୃତକମାନେ ହେଉଛନ୍ତି ପଲକ୍କଡ଼ ଗୋବିନ୍ଦପୁରମ ବାସିନ୍ଦା। ମୃତକଙ୍କ ମଧ୍ୟରେ ଜଣେ ୧ […]
ଥ୍ରିସୁର: କେରଳର ଥ୍ରିସୁରର ନାଟ୍ଟିକାରେ ୧୦ରୁ ଅଧିକ ଲୋକ ରାସ୍ତା କଡ଼ରେ ଶୋଇଥିବା ବେଳେ ସେମାନଙ୍କ ଉପରେ ଏକ ଟ୍ରକ୍ ମାଡ଼ି ଯାଇଥିଲା। ଫଳରେ ୨ ଶିଶୁଙ୍କ ସମେତ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଅନ୍ୟ ୭ ଜଣ ଏହି ଘଟଣାରେ ଆହତ ହୋଇଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଅତି ଗୁରୁତର ଥିବାବେଳେ ସେମାନଙ୍କୁ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ମୃତକମାନେ ହେଉଛନ୍ତି ପଲକ୍କଡ଼ ଗୋବିନ୍ଦପୁରମ ବାସିନ୍ଦା। ମୃତକଙ୍କ ମଧ୍ୟରେ ଜଣେ ୧ ବର୍ଷର ଏବଂ ୪ ବର୍ଷର ଶିଶୁ ଥିବା ଜଣାପଡ଼ିଛି। କନ୍ନୁରରୁ କୋଚିକୁ କାଠ ନେଇ ଆସୁଥିବା ଏକ ଟ୍ରକ୍ ରାସ୍ତା କଡ଼ରେ ଶୋଇଥିବା ଲୋକଙ୍କ ଉପରେ ମଡ଼ାଇ ଦେଇଥିଲା ବୋଲି ପୁଲିସ କହିଛି। ପୁଲିସ ଏହି ଘଟଣାରେ ଡ୍ରାଇଭର ଆଲେକ୍ସ (୩୩)ଙ୍କୁ କନ୍ନୁରରୁ ଗିରଫ କରିଛି।




