ରାସ୍ତାକଡ଼ ଭୋଜନାଳୟରେ ଦୋସା ତିଆରି କଲେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ତେଲେଙ୍ଗାନାର ଏକ ରାସ୍ତାକଡ଼ ଭୋଜନାଳୟରେ ଦୋସା ତିଆରି କରିଛନ୍ତି। ତେଲେଙ୍ଗାନାରେ ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ରାହୁଲ ଗାନ୍ଧି ରାଜ୍ୟର ଲୋକଙ୍କ ସହ ଯୋଡ଼ି ହେବାପାଇଁ ‘ବିଜୟାଭେରୀ ଯାତ୍ରା’ କରିଛନ୍ତି। ଏହି ଯାତ୍ରା ଅବସରରେ ରାହୁଲ ଆଜି ଜଗତିଆଲ ଯାଇଥିଲେ। ଜଗତିଆଲର ନୁକପାଲି ବସ ଷ୍ଟପରେ ରାହୁଲ ଅଟକିଥିଲେ ଏବଂ ଏକ ରାସ୍ତାକଡ଼ ଟିଫିନ ସେଣ୍ଟରରେ ଦୋସା ତିଆରି କରି ତାଙ୍କ ରୋଷେଇ ଦକ୍ଷତା ଦେଖାଇଥିଲେ। ରାହୁଲ […]
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ତେଲେଙ୍ଗାନାର ଏକ ରାସ୍ତାକଡ଼ ଭୋଜନାଳୟରେ ଦୋସା ତିଆରି କରିଛନ୍ତି। ତେଲେଙ୍ଗାନାରେ ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ରାହୁଲ ଗାନ୍ଧି ରାଜ୍ୟର ଲୋକଙ୍କ ସହ ଯୋଡ଼ି ହେବାପାଇଁ ‘ବିଜୟାଭେରୀ ଯାତ୍ରା’ କରିଛନ୍ତି। ଏହି ଯାତ୍ରା ଅବସରରେ ରାହୁଲ ଆଜି ଜଗତିଆଲ ଯାଇଥିଲେ। ଜଗତିଆଲର ନୁକପାଲି ବସ ଷ୍ଟପରେ ରାହୁଲ ଅଟକିଥିଲେ ଏବଂ ଏକ ରାସ୍ତାକଡ଼ ଟିଫିନ ସେଣ୍ଟରରେ ଦୋସା ତିଆରି କରି ତାଙ୍କ ରୋଷେଇ ଦକ୍ଷତା ଦେଖାଇଥିଲେ। ରାହୁଲ ରାସ୍ତାକଡ଼ ଟିଫିନ ସେଣ୍ଟରରେ ଦୋସା ତିଆରି କରୁଥିବାର ଭିଡିଓ କଂଗ୍ରେସ ପକ୍ଷରୁ ପୋଷ୍ଟ୍ କରାଯାଇଛି। ରାହୁଲ ମଧ୍ୟ ଦୋସା ତିଆରି କରିବାପରେ ଲୋକଙ୍କୁ ଦୋସା ପରଶିଥିବା ଦେଖିବାକୁ ମିଳିଛି।




