ରାଷ୍ଟ୍ରପତି ଶାସନ ସହ ପଶ୍ଚିମବଙ୍ଗରେ ନିର୍ବାଚନ ହେବା ଜରୁରୀ: ଶୁଭେନ୍ଦୁ ଅଧିକାରୀ

କୋଲକାତା: ପଶ୍ଚିମବଙ୍ଗରେ ୱକଫ୍‌ ବିରୋଧୀ ବିକ୍ଷୋଭ ଏବେ ହିନ୍ଦୁ ବିରୋଧୀ ହିଂସାରେ ପରିବର୍ତ୍ତିତ ହୋଇଛି। ମୁର୍ଶିଦାବାଦରେ ଶତାଧିକ ହିନ୍ଦୁ ପରିବାର ପଳାୟନ କରିଛନ୍ତି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଜାରି କରିବା ସହ ବିଧାନସଭା ନିର୍ବାଚନ ଅନୁଷ୍ଠିତ କରିବାକୁ ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି। ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ମୁର୍ଶିଦାବାଦରେ ବସ୍ଫୋରଣ ଏବଂ ଗୁଳିମାଡ଼ ହୋଇଛି। ଏହି ସମସ୍ତ ଦେଶବିରୋଧୀ ଘଟଣାର […]

ରାଷ୍ଟ୍ରପତି ଶାସନ ସହ ପଶ୍ଚିମବଙ୍ଗରେ ନିର୍ବାଚନ ହେବା ଜରୁରୀ: ଶୁଭେନ୍ଦୁ ଅଧିକାରୀ
Samaya Live Picture
Published On

କୋଲକାତା: ପଶ୍ଚିମବଙ୍ଗରେ ୱକଫ୍‌ ବିରୋଧୀ ବିକ୍ଷୋଭ ଏବେ ହିନ୍ଦୁ ବିରୋଧୀ ହିଂସାରେ ପରିବର୍ତ୍ତିତ ହୋଇଛି। ମୁର୍ଶିଦାବାଦରେ ଶତାଧିକ ହିନ୍ଦୁ ପରିବାର ପଳାୟନ କରିଛନ୍ତି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଜାରି କରିବା ସହ ବିଧାନସଭା ନିର୍ବାଚନ ଅନୁଷ୍ଠିତ କରିବାକୁ ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି।
ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ମୁର୍ଶିଦାବାଦରେ ବସ୍ଫୋରଣ ଏବଂ ଗୁଳିମାଡ଼ ହୋଇଛି। ଏହି ସମସ୍ତ ଦେଶବିରୋଧୀ ଘଟଣାର ଏନ୍‌ଆଇଏ ତଦନ୍ତ ହେବା ଆବଶ୍ୟକ ବୋଲି ସେ ଆବେଦନ କରିଛନ୍ତି। ଯେଉଁଠାରେ ହିନ୍ଦୁମାନେ ସଂଖ୍ୟାଲଘୁ ସେମାନେ ଭୋଟ ଦେବାକୁ ସୁଯୋଗ ଦେଉନାହାନ୍ତି, ଏଣୁ ଗଣତନ୍ତ୍ରର ସୁରକ୍ଷା ନିମନ୍ତେ ରାଷ୍ଟ୍ରପତି ଶାସନ ଅଧୀନରେ ରାଜ୍ୟର ବିଧାନସଭା ନିର୍ବାଚନ‌ ହେବା ଉଚିତ। ସେହିଭଳି ବିଜେପିର ରାଜ୍ୟ ଅଧ୍ୟକ୍ଷ ସୁକାନ୍ତ ମଜୁମଦାର କହିଛନ୍ତି, ପଶ୍ଚିମବଙ୍ଗରେ ବାଂଲାଦେଶର ସ୍ଥିତି ସୃଷ୍ଟି ହୋଇଛି।

Tags: