ରାଷ୍ଟ୍ରପତି ଭବନର ଦୁଇଟି ହଲ୍‌ର ନାମ ବଦଳିଲା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନର ୨ଟି ଗୁରୁତ୍ବପୂର୍ଣ୍ଣ ହଲ୍‌ ‘ଦରବାର ହଲ୍‌’ ଏବଂ ‘ଅଶୋକ ହଲ୍‌’ର ନାମ ପରିବର୍ତ୍ତନ କରିଥିବା ଘୋଷଣା କରିଛନ୍ତି। ଦରବାର ହଲ୍‌ ଏବଂ ଅଶୋକ ହଲ୍‌ର ନାମ ବଦଳି ଯଥାକ୍ରମେ ‘ଗଣତନ୍ତ୍ର ମଣ୍ଡପ’ ଏବଂ ‘ଅଶୋକ ମଣ୍ଡପ’ କରାଯାଇଛି ବୋଲି ରାଷ୍ଟ୍ରପତି ଘୋଷଣା କରିଛନ୍ତି। ପୂର୍ବରୁ ରାଷ୍ଟ୍ରପତି ଭବନର ମୁଗଲ ଗାର୍ଡେନର ନାମ ବଦଳାଇ ‘ଅମୃତ ଉଦ୍ୟାନ’ ରଖାଯାଇଥିଲା। ରାଷ୍ଟ୍ରପତି ସଚିବାଳୟ ପକ୍ଷରୁ ଏନେଇ ଏକ ବିବୃତି ଜାରି କରାଯାଇଛି। […]

Samaya Live Picture
Published On

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନର ୨ଟି ଗୁରୁତ୍ବପୂର୍ଣ୍ଣ ହଲ୍‌ ‘ଦରବାର ହଲ୍‌’ ଏବଂ ‘ଅଶୋକ ହଲ୍‌’ର ନାମ ପରିବର୍ତ୍ତନ କରିଥିବା ଘୋଷଣା କରିଛନ୍ତି। ଦରବାର ହଲ୍‌ ଏବଂ ଅଶୋକ ହଲ୍‌ର ନାମ ବଦଳି ଯଥାକ୍ରମେ ‘ଗଣତନ୍ତ୍ର ମଣ୍ଡପ’ ଏବଂ ‘ଅଶୋକ ମଣ୍ଡପ’ କରାଯାଇଛି ବୋଲି ରାଷ୍ଟ୍ରପତି ଘୋଷଣା କରିଛନ୍ତି। ପୂର୍ବରୁ ରାଷ୍ଟ୍ରପତି ଭବନର ମୁଗଲ ଗାର୍ଡେନର ନାମ ବଦଳାଇ ‘ଅମୃତ ଉଦ୍ୟାନ’ ରଖାଯାଇଥିଲା। ରାଷ୍ଟ୍ରପତି ସଚିବାଳୟ ପକ୍ଷରୁ ଏନେଇ ଏକ ବିବୃତି ଜାରି କରାଯାଇଛି। ବିବୃତିରେ କୁହାଯାଇଛି ଯେ ରାଷ୍ଟ୍ରପତି ଭବନ, ଅଫିସ ଏବଂ ଭାରତର ରା‌ଷ୍ଟ୍ରପତିଙ୍କ ସରକାରୀ ବାସଭବନ ହେଉଛି ଲୋକଙ୍କ ଅମୂଲ୍ୟ ଐତିହ୍ୟ ଏବଂ ଦେଶର ଏକ ପ୍ରତୀକ। ରାଷ୍ଟ୍ରପତି ଭବନରେ ଭାରତୀୟ ସାଂସ୍କୃତିକ ମୂଲ୍ୟବୋଧକୁ ପ୍ରତିଫଳନ କରିବାପାଇଁ ଲଗାତାର ଉଦ୍ୟମ ଜାରି ରହିଥିବା ବିବୃତିରେ କୁହାଯାଇଛି।

Tags: