ରାଷ୍ଟ୍ରପତି ଭବନରେ ହେବ ବିବାହ ଉତ୍ସବ
ନୂଆଦିଲ୍ଲୀ: ଫେବ୍ରୁଆରି ୧୨ ତାରିଖରେ ରାଷ୍ଟ୍ରପତି ଭବନ ପରିସରରେ ଜଣେ ସିଆର୍ପିଏଫ୍ ଅଧିକାରୀଙ୍କୁ ବିବାହ କରିବାପାଇଁ ଅନୁମତି ମିଳିଛି। ସାଧାରଣତନ୍ତ୍ର ଦିବସ ପରେଡ୍ରେ ସିଆର୍ପିଏଫ୍ର ମହିଳା ଦଳର ନେତୃତ୍ୱ ନେଇଥିବା ସହକାରୀ କମାଣ୍ଡାଣ୍ଟ ପୁନମ୍ ଗୁପ୍ତାଙ୍କ ଆଚରଣ ଓ ସେବାରେ ପ୍ରଭାବିତ ହୋଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ଅନୁମତି ପ୍ରଦାନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସିଆର୍ପିଏଫ୍ ଅଧିକାରୀ ବର୍ତ୍ତମାନ ରାଷ୍ଟ୍ରପତି ଭବନରେ ପିଏସ୍ଓ ଭାବେ ଅବସ୍ଥାପିତ ଅଛନ୍ତି। ରାଷ୍ଟ୍ରପତି ଭବନସ୍ଥିତ ମଦର ଟେରେସା […]
ନୂଆଦିଲ୍ଲୀ: ଫେବ୍ରୁଆରି ୧୨ ତାରିଖରେ ରାଷ୍ଟ୍ରପତି ଭବନ ପରିସରରେ ଜଣେ ସିଆର୍ପିଏଫ୍ ଅଧିକାରୀଙ୍କୁ ବିବାହ କରିବାପାଇଁ ଅନୁମତି ମିଳିଛି। ସାଧାରଣତନ୍ତ୍ର ଦିବସ ପରେଡ୍ରେ ସିଆର୍ପିଏଫ୍ର ମହିଳା ଦଳର ନେତୃତ୍ୱ ନେଇଥିବା ସହକାରୀ କମାଣ୍ଡାଣ୍ଟ ପୁନମ୍ ଗୁପ୍ତାଙ୍କ ଆଚରଣ ଓ ସେବାରେ ପ୍ରଭାବିତ ହୋଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ଅନୁମତି ପ୍ରଦାନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସିଆର୍ପିଏଫ୍ ଅଧିକାରୀ ବର୍ତ୍ତମାନ ରାଷ୍ଟ୍ରପତି ଭବନରେ ପିଏସ୍ଓ ଭାବେ ଅବସ୍ଥାପିତ ଅଛନ୍ତି। ରାଷ୍ଟ୍ରପତି ଭବନସ୍ଥିତ ମଦର ଟେରେସା କ୍ରାଉନ କମ୍ପ୍ଲେକ୍ସରେ ଏହି ସମାରୋହ ପାଇଁ ରାଷ୍ଟ୍ରପତି ମୁର୍ମୁ ଅନୁମତି ଦେଇଛନ୍ତି। ତେବେ ବିବାହରେ କେବଳ ସୀମିତ ସଂଖ୍ୟକ ସମ୍ପର୍କୀୟ ଓ ବନ୍ଧୁ ସାମିଲ ହେବେ ଏବଂ ପ୍ରବେଶ ପୂର୍ବରୁ ସେମାନଙ୍କ ପରିଚୟ ଯାଞ୍ଚ କରାଯିବ। ଉଲ୍ଲେଖଯୋଗ୍ୟ ଯେ ପୁନମ ଗୁପ୍ତା ସିଆର୍ପିଏଫ୍ର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ। ସେ ଗଣିତରେ ସ୍ନାତକ, ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ଏବଂ ଗ୍ୱାଲିୟରର ଜିୱାଜୀ ବିଶ୍ୱବିଦ୍ୟାଳୟରୁ ବିଏଡ୍ ଡିଗ୍ରି ହାସଲ କରିଛନ୍ତି। ୨୦୧୮ରେ ସେ ୟୁପିଏସ୍ସି ସିଏପିଏଫ୍ ପରୀକ୍ଷାରେ ୮୧ତମ ସ୍ଥାନ ହାସଲ କରିଥିଲେ। ସେ ପୂର୍ବରୁ ବିହାରର ନକ୍ସଲ ପ୍ରଭାବିତ ଅଞ୍ଚଳରେ ଅବସ୍ଥାପିତ ଥିଲେ। ପୁନମ୍ ଗୁପ୍ତା ମଧ୍ୟ ଇନ୍ଷ୍ଟାଗ୍ରାମ୍ରେ ବହୁତ ସକ୍ରିୟ ଅଛନ୍ତି ଏବଂ ତାଙ୍କ ସିଆର୍ପିଏଫ୍ ୟୁନିଫର୍ମରେ ଅନେକ ଫଟୋ ପୋଷ୍ଟ କରନ୍ତି ଏବଂ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦିଅନ୍ତି। ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ଜରିଆରେ ସେ ବିଭିନ୍ନ ବିଷୟରେ ସଚେତନତା ସୃଷ୍ଟି କରନ୍ତି।




