ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ଓହରିଲେ ବାଇଡେନ
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ଓହରି ଯାଇଛନ୍ତି। ଡେମୋକ୍ରାଟିକ ଦଳ ଚଳିତ ନିର୍ବାଚନ ପାଇଁ ଆନୁଷ୍ଠାନିକ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ବାଇଡେନ ପୁନଃ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ଦଳର ବରିଷ୍ଠ ନେତାମାନ ବାଇଡେନ ଓହରିଯିବା ଚାହୁଥିଲେ ଏବଂ ସପ୍ତାହେ ହେଲା ଏଥିପାଇଁ ପ୍ରବଳ ଚାପ ପକାଉଥିଲେ । ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ ବାଇଡେନ ନିର୍ବାଚନରୁ […]
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ଓହରି ଯାଇଛନ୍ତି। ଡେମୋକ୍ରାଟିକ ଦଳ ଚଳିତ ନିର୍ବାଚନ ପାଇଁ ଆନୁଷ୍ଠାନିକ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ବାଇଡେନ ପୁନଃ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ଦଳର ବରିଷ୍ଠ ନେତାମାନ ବାଇଡେନ ଓହରିଯିବା ଚାହୁଥିଲେ ଏବଂ ସପ୍ତାହେ ହେଲା ଏଥିପାଇଁ ପ୍ରବଳ ଚାପ ପକାଉଥିଲେ । ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ ବାଇଡେନ ନିର୍ବାଚନରୁ ଓହରିଯାଆନ୍ତୁ ବୋଲି ଖୋଲାଖୋଲି ବୟାନ ଦେଇଥିଲେ। ଓବାମାଙ୍କ କଥାରେ କ୍ଷୁବ୍ଧ ହୋଇ ବାଇଡେନ ମଧ୍ୟ ଘୋଷଣା କରିଥିଲେ ଯେ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ସେ ଶେଷ ପର୍ଯ୍ୟନ୍ତ ରହିବେ। କିନ୍ତୁ ଆଜି ବାଇଡେନଙ୍କୁ କିଛି ପରିବାର ସଦସ୍ୟ ଓ ବରିଷ୍ଠ ନେତା ମିଳିତ ଭାବେ ନିର୍ବାଚନ ଦୌଡ଼ରୁ ଓହରିଯିବାକୁ ପରାମର୍ଶ ଦେବାପରେ ବାଇଡେନ ଏହାକୁ ଗ୍ରହଣ କରିନେଇଥିବା ଜଣାପଡ଼ିଛି। ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ଙ୍କ ଲୋକପ୍ରିୟତତା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ନିକଟରେ ତାଙ୍କ ଉପରେ ଗୁଳିମାଡ଼ ଘଟଣା ତାଙ୍କ ପ୍ରତି ସମବେଦନା ବଢ଼ିଛି। ଏଭଳି ସ୍ଥିତିରେ ବାଇଡେନ ଟ୍ରମ୍ପ୍ଙ୍କୁ ଆଉ ମୁକାବିଲା କରିବା ସ୍ଥିତିରେ ନାହାନ୍ତି ବୋଲି ନିଜ ଦଳର ଅନେକ ନେତା ବୟାନ ଦେଉଥିଲେ।




