ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପୁଣି କଟାକ୍ଷ କଲେ ମସ୍କ
ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ଏକଦା ଟ୍ରମ୍ପ୍ଙ୍କ ଘନିଷ୍ଠ ସହଯୋଗୀ ଥିବା ଏଲନ୍ ମସ୍କଙ୍କ ମଧ୍ୟରେ ବିବାଦକୁ ନେଇ ରାଜନୈତିକ ଚର୍ଚ୍ଚା ଥମିନାହିଁ। ଆଜି ଟ୍ରମ୍ପ୍ଙ୍କୁ କଟାକ୍ଷ କରି ମସ୍କ ପୁଣିଥରେ ‘ଯୌନ କେଳେଙ୍କାରୀ ଅଭିଯୁକ୍ତ ଜେଫରି ଏପଷ୍ଟିନ୍ଙ୍କ ଫାଇଲ୍’କୁ ସାର୍ବଜନୀନ କରିବାକୁ ଦାବି କରିଛନ୍ତି। ନିକଟରେ ଏପଷ୍ଟିନ୍ ଯୌନ କେଳେଙ୍କାରୀ ମାମଲାରେ ଆମେରିକାର ନ୍ୟାୟିକ ବିଭାଗ ଓ ଫେଡେରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍ (ଏଫ୍ବିଆଇ) ପକ୍ଷରୁ ଏକ ପ୍ରେସ୍ ବାର୍ତ୍ତା ଜାରି କରାଯାଇଛି। […]
ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ଏକଦା ଟ୍ରମ୍ପ୍ଙ୍କ ଘନିଷ୍ଠ ସହଯୋଗୀ ଥିବା ଏଲନ୍ ମସ୍କଙ୍କ ମଧ୍ୟରେ ବିବାଦକୁ ନେଇ ରାଜନୈତିକ ଚର୍ଚ୍ଚା ଥମିନାହିଁ। ଆଜି ଟ୍ରମ୍ପ୍ଙ୍କୁ କଟାକ୍ଷ କରି ମସ୍କ ପୁଣିଥରେ ‘ଯୌନ କେଳେଙ୍କାରୀ ଅଭିଯୁକ୍ତ ଜେଫରି ଏପଷ୍ଟିନ୍ଙ୍କ ଫାଇଲ୍’କୁ ସାର୍ବଜନୀନ କରିବାକୁ ଦାବି କରିଛନ୍ତି। ନିକଟରେ ଏପଷ୍ଟିନ୍ ଯୌନ କେଳେଙ୍କାରୀ ମାମଲାରେ ଆମେରିକାର ନ୍ୟାୟିକ ବିଭାଗ ଓ ଫେଡେରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍ (ଏଫ୍ବିଆଇ) ପକ୍ଷରୁ ଏକ ପ୍ରେସ୍ ବାର୍ତ୍ତା ଜାରି କରାଯାଇଛି। ଏଥିରେ ଏପଷ୍ଟିନ୍ଙ୍କ ନିକଟରେ କୌଣସି ଗ୍ରାହକଙ୍କ ତାଲିକା ନଥିଲା କିମ୍ବା ଏହାକୁ ନେଇ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସେ ବ୍ଲାକ୍ମେଲ୍ କରୁଥିଲା ବୋଲି କୌଣସି ପ୍ରମାଣ ମିଳିନାହିଁ ବୋଲି ଦର୍ଶାଯାଇଥିଲା। ଏହାକୁ ନେଇ ବିଭିନ୍ନ ମହଲ ବିଶେଷତଃ ଟ୍ରମ୍ପଙ୍କ ସମର୍ଥକମାନେ ମଧ୍ୟ ଏଫ୍ବିଆଇ ମୁଖ୍ୟଙ୍କୁ ସମାଲୋଚନା କରିଛନ୍ତି। ଏଭଳି ସମାଲୋଚନାରେ ଟ୍ରମ୍ପ ପ୍ରତିକ୍ରିୟା ରଖି ନିଜର ଅଧିକାରୀଙ୍କ ବିରୋଧରେ ନାକାରାତ୍ମକ ବୟାନବାଜି ନକରିବାକୁ କହିଥିଲେ। ଟ୍ରମ୍ପଙ୍କ ଏଭଳି ପ୍ରତିକ୍ରିୟାକୁ କଟାକ୍ଷ କରି ଏଲନ୍ ମସ୍କ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି, ସମସ୍ତଙ୍କୁ ଏପଷ୍ଟିନ୍ ସମ୍ପର୍କରେ କହିବା ବେଳେ ସେ (ଟ୍ରମ୍ପ) ଦୁଇ ଡଜନରୁ ଅଧିକ ଥର ‘ଏପଷ୍ଟିନ୍’ ବୋଲି ଉଚ୍ଚାରଣ କରିଛନ୍ତି। ଏହି ଫାଇଲକୁ ପୁଣିଥରେ ଉନ୍ମୋଚନ କରାଯାଉ।




