ରାଷ୍ଟ୍ରପତିଙ୍କ ସ୍ବୀକୃତି ପରେ ଆଇନରେ ପରିଣତ ହେଲା ଉତ୍ତରାଖଣ୍ଡ ସମାନ ନାଗରିକ ସଂହିତା
ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ରାଜ୍ୟ ବିଧାନସଭାରେ ଗତମାସରେ ଗୃହୀତ ହୋଇଥିବା ଉତ୍ତରାଖଣ୍ଡ ସମାନ ନାଗରିକ ସଂହିତା ବିଲ୍କୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହାପରେ ଏହି ବିଲଟି ଆଇନରେ ପରିଣତ ହୋଇଛି। ରାଷ୍ଟ୍ରପତିଙ୍କ ସ୍ବୀକୃତି ପରେ ଉତ୍ତରାଖଣ୍ଡ ପ୍ରଥମ ରାଜ୍ୟ ଭାବେ ଦେଶ ସ୍ବାଧୀନ ହେବାପରେ ସମାନ ନାଗରିକ ସଂହିତା ଆଇନ ଆଣିଲା। ଉଲ୍ଲେଖଯୋଗ୍ୟ ଯେ ଗତ ଫେବ୍ରୁଆରି ୭ ତାରିଖରେ ଏହି ବିଲ୍ ବାଚନିକ ଭୋଟରେ ଗୃହୀତ ହୋଇଥିଲା। ବିରୋଧୀ ଦଳ […]
ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ରାଜ୍ୟ ବିଧାନସଭାରେ ଗତମାସରେ ଗୃହୀତ ହୋଇଥିବା ଉତ୍ତରାଖଣ୍ଡ ସମାନ ନାଗରିକ ସଂହିତା ବିଲ୍କୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହାପରେ ଏହି ବିଲଟି ଆଇନରେ ପରିଣତ ହୋଇଛି। ରାଷ୍ଟ୍ରପତିଙ୍କ ସ୍ବୀକୃତି ପରେ ଉତ୍ତରାଖଣ୍ଡ ପ୍ରଥମ ରାଜ୍ୟ ଭାବେ ଦେଶ ସ୍ବାଧୀନ ହେବାପରେ ସମାନ ନାଗରିକ ସଂହିତା ଆଇନ ଆଣିଲା। ଉଲ୍ଲେଖଯୋଗ୍ୟ ଯେ ଗତ ଫେବ୍ରୁଆରି ୭ ତାରିଖରେ ଏହି ବିଲ୍ ବାଚନିକ ଭୋଟରେ ଗୃହୀତ ହୋଇଥିଲା। ବିରୋଧୀ ଦଳ ଗୁଡ଼ିକ ଏହି ବିଲ୍କୁ ବିରୋଧ କରିଥିଲେ ଏବଂ ଏହାକୁ ପ୍ରଥମେ ସିଲେକ୍ଟ କମିଟିକୁ ପଠାଇବାକୁ କହିଥିଲେ। କିନ୍ତୁ ଏହା ସତ୍ତ୍ବେ ବିଲଟି ଗୃହୀତ ହୋଇଥିଲା। ଆଜି ରାଷ୍ଟ୍ରପତିଙ୍କ ଅନୁମୋଦନ ସହ ଏହି ବିଲ୍ ଆଇନରେ ପରିଣତ ହୋଇଛି। ନୂଆ ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ଭିତରେ କିମ୍ବା ବାହାରେ ରହୁଥିବା ବାସିନ୍ଦା ଯଦି ଲିଭ ଇନ ରିଲେସନସିପରେ ଥିବେ ତେବେ ସେମାନେ ଏହାର ବାଧ୍ୟତାମୂଳକ ପଞ୍ଜିକରଣ କରିବେ। ଲିଭ ଇନ ସମ୍ପର୍କରୁ ଜନ୍ମିତ ପିଲା ଆଇନଗତ ମାନ୍ୟତା ପାଇବେ । ଅନ୍ୟପକ୍ଷେ ଲିଭ ଇନ ପାର୍ଟନରଙ୍କ ଦ୍ବାରା ପରିତ୍ୟକ୍ତ ହୋଇଥିବା ମହିଳାମାନଙ୍କର ରକ୍ଷଣାବେକ୍ଷଣ ଦାୟିତ୍ବ ସେମାନଙ୍କ ଲିଭ ଇନ ପାର୍ଟନର ନେବେ ।




