ରାଷ୍ଟ୍ରପତିଙ୍କ ସ୍ବୀକୃତି ପରେ ଆଇନରେ ପରିଣତ ହେଲା ଦିଲ୍ଲୀ ସର୍ଭିସ ସଂଶୋଧନ ବିଲ୍
ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନରେ ଗୃହୀତ ହୋଇଥିବା ୪ଟି ବିଲ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ବୀକୃତି ପ୍ରଦାନ କରିଛନ୍ତି। ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍, ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ (ସଂଶୋଧନ) ବିଲ୍, ଜନ ବିଶ୍ବାସ (ପ୍ରାବଧାନ ସଂଶୋଧନ) ବିଲ୍ ଏବଂ ବିବାଦୀୟ ଦିଲ୍ଲୀ ସର୍ଭିସ୍ ସଂଶୋଧନ ବିଲ୍କୁ ରାଷ୍ଟ୍ରପତି ମୁର୍ମୁ ସ୍ବୀକୃତି ଦେବାପରେ ଏହା ଆଇନରେ ପରିଣତ ହୋଇଛି। ଉକ୍ତ ୪ଟି ବିଲ୍ ମଧ୍ୟରୁ ୨ଟି ବିଲ୍କୁ ବିରୋଧୀ ଦଳ ନେତାମାନେ ପ୍ରବଳ […]
ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନରେ ଗୃହୀତ ହୋଇଥିବା ୪ଟି ବିଲ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ବୀକୃତି ପ୍ରଦାନ କରିଛନ୍ତି। ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍, ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ (ସଂଶୋଧନ) ବିଲ୍, ଜନ ବିଶ୍ବାସ (ପ୍ରାବଧାନ ସଂଶୋଧନ) ବିଲ୍ ଏବଂ ବିବାଦୀୟ ଦିଲ୍ଲୀ ସର୍ଭିସ୍ ସଂଶୋଧନ ବିଲ୍କୁ ରାଷ୍ଟ୍ରପତି ମୁର୍ମୁ ସ୍ବୀକୃତି ଦେବାପରେ ଏହା ଆଇନରେ ପରିଣତ ହୋଇଛି। ଉକ୍ତ ୪ଟି ବିଲ୍ ମଧ୍ୟରୁ ୨ଟି ବିଲ୍କୁ ବିରୋଧୀ ଦଳ ନେତାମାନେ ପ୍ରବଳ ବିରୋଧ କରିଥିଲେ। ଦିଲ୍ଲୀରେ ଅଫିସରଙ୍କ ବଳଦି ଏବଂ ନିଯୁକ୍ତି କ୍ଷେତ୍ରରେ ନିୟନ୍ତ୍ରଣ ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ଦିଲ୍ଲୀ ସର୍ଭିସ ସଂଶୋଧନ ବିଲ୍କୁ ଇଣ୍ଡିଆ ମେଣ୍ଟର ସାଂସଦମାନେ ଜୋରଦାର ବିରୋଧ କରିଥିଲେ। କିନ୍ତୁ ଉଭୟ ଗୃହରେ ବିଲ୍ଟି ଗୃହୀତ ହେବାରେ ସଫଳ ହେବାପରେ ଏବେ ଏହି ବିଲ୍ରେ ରାଷ୍ଟ୍ରପତି ସ୍ବାକ୍ଷର କରି ଏହାକୁ ଆଇନରେ ପରିଣତ କରିଛନ୍ତି। ସେହିପରି ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍କୁ ମଧ୍ୟ ବିରୋଧୀ ସଦସ୍ୟମାନେ ପ୍ରବଳ ବିରୋଧ କରିଥିଲେ। ତେବେ ମଣିପୁର ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହୋହଲ୍ଲା ମଧ୍ୟରେ ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍ ବାଚନିକ ଭୋଟ୍ରେ ଗୃହୀତ ହୋଇଥିଲା। ବିରୋଧୀମାନେ ବିଲ୍ରେ କିଛି ସଂଶୋଧନ ଆଣିବାପାଇଁ ଚାହିଥିଲେ ସୁଦ୍ଧା ଏହା ହୋଇପାରିନଥିଲା। ଅନଲାଇନ ପ୍ଲାଟଫର୍ମରେ ବ୍ୟକ୍ତିବିଶେଷଙ୍କ ତଥ୍ୟର ଅପବ୍ୟବହାର ରୋକିବାକୁ ଏହି ଆଇନରେ ଏକ ବ୍ୟବସ୍ଥା ରହିଛି।




