ରାଷ୍ଟ୍ରପତିଙ୍କୁ ମିଳିଲା ଫିଜିର ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ: ଆମ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ। ଫିଜିର ରାଷ୍ଟ୍ରପତି ରାତୁ ୱିଲିୟମ ମିଆଭାଲିଲି କାଟୋନିଭେରେ ତାଙ୍କୁ କମ୍ପାନିଅନ ଅଫ୍‌ ଦି ଅର୍ଡର ଅଫ୍‌ ଫିଜି ସମ୍ମାନରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ଏବେ ଦୁଇ ଦିନିକିଆ ଫିଜି ଗସ୍ତରେ ଅଛନ୍ତି। । ଏହି ଗସ୍ତ ଅବସରରେ ତାଙ୍କୁ ଏହି ସର୍ବୋଚ୍ଚ ସମ୍ମାନ ମିଳିଛି। ଏହି ସମ୍ମାନ ଭାରତ ଓ ଫିଜି ମଧ୍ୟରେ ଥିବା ଗଭୀର ବନ୍ଧୁତାର ପ୍ରତିଫଳନ ବୋଲି […]

Samaya Live Picture
Published On

ନୂଆଦିଲ୍ଲୀ: ଆମ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ। ଫିଜିର ରାଷ୍ଟ୍ରପତି ରାତୁ ୱିଲିୟମ ମିଆଭାଲିଲି କାଟୋନିଭେରେ ତାଙ୍କୁ କମ୍ପାନିଅନ ଅଫ୍‌ ଦି ଅର୍ଡର ଅଫ୍‌ ଫିଜି ସମ୍ମାନରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ଏବେ ଦୁଇ ଦିନିକିଆ ଫିଜି ଗସ୍ତରେ ଅଛନ୍ତି। । ଏହି ଗସ୍ତ ଅବସରରେ ତାଙ୍କୁ ଏହି ସର୍ବୋଚ୍ଚ ସମ୍ମାନ ମିଳିଛି। ଏହି ସମ୍ମାନ ଭାରତ ଓ ଫିଜି ମଧ୍ୟରେ ଥିବା ଗଭୀର ବନ୍ଧୁତାର ପ୍ରତିଫଳନ ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି। ଭାରତର ପ୍ରଥମ ରାଷ୍ଟ୍ରମୁଖ୍ୟ ଭାବେ ଫିଜି ଗସ୍ତ କରିଥିବା ରାଷ୍ଟ୍ରପତି ମୁର୍ମୁ ସେଠାକାର ସଂସଦକୁ ମଧ୍ୟ ସମ୍ବୋଧନ କରିଛନ୍ତି।

Tags: