ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦୀ, ଶାହ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ‌ଶାହ ଭେଟିଛନ୍ତି। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ମୁର୍ମୁଙ୍କୁ ପ୍ରଧାନମନ୍ତ୍ରୀ ଭେଟିବାର କିଛି ସମୟ ପରେ ଗୃହମନ୍ତ୍ରୀ ଶାହ ଭେଟିଛନ୍ତି। ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଜଣକ ପରେ ଜଣେ ଭେଟିବା ପଛର କାରଣ କ’ଣ ଜଣାପଡ଼ିନାହିଁ। ତେବେ ବିହାରରେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ ପ୍ରସଙ୍ଗରେ ବିରୋଧୀଙ୍କ ଆଲୋଚନା ଦାବିକୁ ନେଇ ସଂସଦରେ ଅଚଳାବସ୍ଥା ଲାଗି ରହିଛି। ଏହି ପ୍ରସଙ୍ଗରେ କିଛି […]

ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦୀ, ଶାହ
Samaya Live Picture
Published On

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ‌ଶାହ ଭେଟିଛନ୍ତି। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ମୁର୍ମୁଙ୍କୁ ପ୍ରଧାନମନ୍ତ୍ରୀ ଭେଟିବାର କିଛି ସମୟ ପରେ ଗୃହମନ୍ତ୍ରୀ ଶାହ ଭେଟିଛନ୍ତି। ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଜଣକ ପରେ ଜଣେ ଭେଟିବା ପଛର କାରଣ କ’ଣ ଜଣାପଡ଼ିନାହିଁ। ତେବେ ବିହାରରେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ ପ୍ରସଙ୍ଗରେ ବିରୋଧୀଙ୍କ ଆଲୋଚନା ଦାବିକୁ ନେଇ ସଂସଦରେ ଅଚଳାବସ୍ଥା ଲାଗି ରହିଛି। ଏହି ପ୍ରସଙ୍ଗରେ କିଛି ଆଲୋଚନା ହୋଇଛି ବୋଲି କୁହାଯାଉଛି। ସଂସଦର ମୌସୁମୀ ଅଧିବଶେନ ଗତମାସ ୨୧ ତାରିଖରୁ ଆରମ୍ଭ ହୋଇଛି। ଅପରେସନ୍‌ ସିନ୍ଦୂର ଉପରେ ଆଲୋଚନା ସମୟକୁ ବାଦଦେଲେ ସଂସଦ ପ୍ରାୟତଃ ଅଚଳ ରହିଛି। ବିହାରରେ ନିର୍ବାଚନ କମିସନଙ୍କ ପକ୍ଷରୁ ଚାଲିଥିବା ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ଆଲୋଚନା ଦାବି କରି ଗୃହକାର୍ଯ୍ୟରେ ବାଧାସୃଷ୍ଟି କରୁଛନ୍ତି। ଏଥିସହିତ ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ପାଲଟା ଶୁଳ୍କ ଏବଂ ରୁଷ୍‌ଠାରୁ ତେଲ କିଣୁଥିବାରୁ ଜରିମାନା ଲଗାଇଛନ୍ତି। ଏଭଳି ସମୟରେ ରାଷ୍ଟ୍ରପତିଙ୍କୁ ଉଭୟ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଭେଟିବାକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି।

Tags: