ରାଲିରେ ମମତାଙ୍କ ବିରୋଧରେ ଗର୍ଜିଲେ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗର ଏକ ରାଲିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତୀବ୍ର ଆକ୍ରମଣ କରିଛନ୍ତି। ଶାହ କହିଛନ୍ତି, ଟିଏମସି ‘ମା, ମାଟି ମାନୁଷ’ ସ୍ଲୋଗାନ ଦେଇ କ୍ଷମତାକୁ ଆସିଛି। କିନ୍ତୁ ଏବେ ସେମାନେ ‘ମୁଲ୍ଲା. ମଦ୍ରାସା, ଏବଂ ମାଫିଆ’ଙ୍କୁ ଅଧିକ ଗୁରୁତ୍ବ ଦେଉଛନ୍ତି। ଇମାମ୍ଙ୍କୁ ଏଠାରେ ସମ୍ମାନ ଦିଆଯାଉଛି କିନ୍ତୁ ପୁରୋହିତ ଏବଂ ମନ୍ଦିରର ରକ୍ଷକମାନେ କିଛି ପାଉନାହାନ୍ତି। ତାଜିୟା ପାଇଁ କୌଣସି ପ୍ରତିବନ୍ଧନ ନାହିଁ କିନ୍ତୁ ଦୁର୍ଗା ପୂଜା […]

Samaya Live Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗର ଏକ ରାଲିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତୀବ୍ର ଆକ୍ରମଣ କରିଛନ୍ତି। ଶାହ କହିଛନ୍ତି, ଟିଏମସି ‘ମା, ମାଟି ମାନୁଷ’ ସ୍ଲୋଗାନ ଦେଇ କ୍ଷମତାକୁ ଆସିଛି। କିନ୍ତୁ ଏବେ ସେମାନେ ‘ମୁଲ୍ଲା. ମଦ୍ରାସା, ଏବଂ ମାଫିଆ’ଙ୍କୁ ଅଧିକ ଗୁରୁତ୍ବ ଦେଉଛନ୍ତି। ଇମାମ୍ଙ୍କୁ ଏଠାରେ ସମ୍ମାନ ଦିଆଯାଉଛି କିନ୍ତୁ ପୁରୋହିତ ଏବଂ ମନ୍ଦିରର ରକ୍ଷକମାନେ କିଛି ପାଉନାହାନ୍ତି। ତାଜିୟା ପାଇଁ କୌଣସି ପ୍ରତିବନ୍ଧନ ନାହିଁ କିନ୍ତୁ ଦୁର୍ଗା ପୂଜା ଏବଂ କାଳି ପୂଜା ସମୟରେ ମୂର୍ତ୍ତି ବିସର୍ଜନ ବେଳେ ପ୍ରସେସନ୍ ଉପରେ କଟକଣା ରହିଥାଏ। ଉତ୍ତର ୨୪ ପ୍ରଗଣାରେ ଏକ ନିର୍ବାଚନ ରାଲିରେ ଉଦବୋଧନ ଦେଇ ଗୃହମନ୍ତ୍ରୀ ଆଜି ଏହି ଟିପ୍ପଣୀ ଦେଇଛନ୍ତି। ଜାନୁଆରି ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ମମତା ନିମନ୍ତ୍ରିତ ହୋଇଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିବାରୁ ଏନେଇ ଶାହ ମମତାଙ୍କୁ ଟାର୍ଗେଟ୍ କରିଛନ୍ତି। ଶାହ କହିଛନ୍ତି, ଔପଚାରିକ ନିମନ୍ତ୍ରଣ ପାଇଥିଲେ ସୁଦ୍ଧା ମମତା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେନାହିଁ। କେବଳ ତୁଷ୍ଠୀକରଣ ରାଜନୀତି ପାଇଁ ସେ ଏଭଳି କଲେ ବୋଲି ଶାହ କହିଛନ୍ତି।

Tags: