ରାମ ମନ୍ଦିର ମୁଖ୍ୟ ପୂରୋହିତଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ଲକ୍ଷ୍ନୌ: ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କର ରବିବାର ରାତିରେ ବ୍ରେନ୍‌ଷ୍ଟ୍ରୋକ୍‌ ହେବାପରେ ତାଙ୍କୁ ଲକ୍ଷ୍ନୌ ଏସ୍‌ଜିପିଜିଆଇଏମ୍‌ଏସ୍‌ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ହସ୍ପିଟାଲ୍‌ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଅଛି। ତାଙ୍କ ପ୍ରମୁଖ ଅଙ୍ଗଗୁଡ଼ିକ ପ୍ରଭାବିତ ହୋଇଛି। ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଥିବାରୁ ତାଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରେ ଲାଗିଛି। ତେଣୁ ତାଙ୍କୁ ଏବେ ନିରୀକ୍ଷଣରେ […]

ରାମ ମନ୍ଦିର ମୁଖ୍ୟ ପୂରୋହିତଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ
Samaya Live Picture
Published On

ଲକ୍ଷ୍ନୌ: ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କର ରବିବାର ରାତିରେ ବ୍ରେନ୍‌ଷ୍ଟ୍ରୋକ୍‌ ହେବାପରେ ତାଙ୍କୁ ଲକ୍ଷ୍ନୌ ଏସ୍‌ଜିପିଜିଆଇଏମ୍‌ଏସ୍‌ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ହସ୍ପିଟାଲ୍‌ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଅଛି। ତାଙ୍କ ପ୍ରମୁଖ ଅଙ୍ଗଗୁଡ଼ିକ ପ୍ରଭାବିତ ହୋଇଛି। ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଥିବାରୁ ତାଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରେ ଲାଗିଛି। ତେଣୁ ତାଙ୍କୁ ଏବେ ନିରୀକ୍ଷଣରେ ରଖାଯାଇଛି। ୮୫ ବର୍ଷୀୟ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କୁ ନ୍ୟୁରୋଲୋଜିଷ୍ଟ ଡାକ୍ତର ପ୍ରକାଶ ଚନ୍ଦ୍ର ପାଣ୍ଡେ ଚିକିତ୍ସା କରୁଛନ୍ତି।

Tags: