ରାମ ମନ୍ଦିର ପାଇଁ ମୁଁ କ୍ଷମତା ଛାଡ଼ିବାକୁ ମଧ୍ୟ ପ୍ରସ୍ତୁତ: ଯୋଗୀ
ଅଯୋଧ୍ୟା: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ରାମ ମନ୍ଦିର ପାଇଁ ମତେ କ୍ଷମତା ଛାଡ଼ିବାକୁ ପଡ଼ିଲେ ମଧ୍ୟ ମୁଁ ଏଥିପାଇଁ ପ୍ରସ୍ତୁତ ଅଛି। ‘ଟାଇମ୍ଲେସ୍ ଅଯୋଧ୍ୟା’ ଶୀର୍ଷକ ଏକ ସାହିତ୍ୟ ଓ କଳା ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ତାଙ୍କର ଗୁରୁ, ପରମ ଗୁରୁ (ଗୁରୁଙ୍କ ଗୁରୁ), ପରାତ୍ପର ଗୁରୁ (ଗୁରୁଙ୍କ ଗୁରୁଙ୍କ ଗୁରୁ) ରାମ ଜନ୍ମଭୂମି ଆନ୍ଦୋଳନ ନିମନ୍ତେ ସେମାନଙ୍କ ଜୀବନକୁ ସମର୍ପଣ କରିଥିଲେ। ଏଣୁ ତାଙ୍କର […]
ଅଯୋଧ୍ୟା: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ରାମ ମନ୍ଦିର ପାଇଁ ମତେ କ୍ଷମତା ଛାଡ଼ିବାକୁ ପଡ଼ିଲେ ମଧ୍ୟ ମୁଁ ଏଥିପାଇଁ ପ୍ରସ୍ତୁତ ଅଛି। ‘ଟାଇମ୍ଲେସ୍ ଅଯୋଧ୍ୟା’ ଶୀର୍ଷକ ଏକ ସାହିତ୍ୟ ଓ କଳା ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ତାଙ୍କର ଗୁରୁ, ପରମ ଗୁରୁ (ଗୁରୁଙ୍କ ଗୁରୁ), ପରାତ୍ପର ଗୁରୁ (ଗୁରୁଙ୍କ ଗୁରୁଙ୍କ ଗୁରୁ) ରାମ ଜନ୍ମଭୂମି ଆନ୍ଦୋଳନ ନିମନ୍ତେ ସେମାନଙ୍କ ଜୀବନକୁ ସମର୍ପଣ କରିଥିଲେ। ଏଣୁ ତାଙ୍କର ଅଯୋଧ୍ୟା ଯିବାରେ କୌଣସି ସମସ୍ୟା ନାହିଁ। କିନ୍ତୁ ପ୍ରାଶାସନିକ ବ୍ୟବସ୍ଥା ଅମଲାତନ୍ତ୍ର ଦ୍ବାରା ନିୟନ୍ତ୍ରିତ। ଏହି ଅମଲାତନ୍ତ୍ର ବିଭିନ୍ନ କାରଣରୁ ମୋର ଗସ୍ତକୁ ପୂର୍ବରୁ ବିରୋଧ କରୁଥିଲା। ମୁଁ ସେମାନଙ୍କୁ କହିଥିଲି, ବିବାଦ ହେଲେ ହେଉ ପଛେ ଅଯୋଧ୍ୟା ନିମନ୍ତେ ବହୁତ କିଛି କରିବାକୁ ହେବ। ମୁଁ ଏଠାକୁ କ୍ଷମତା ଭୋଗ କରିବାକୁ ଆସିନାହିଁ କି ରାମ ମନ୍ଦିର ପାଇଁ କ୍ଷମତାଚ୍ୟୁତ ହେବା ପଡ଼ିଲେ ଏଥିପାଇଁ କୌଣସି ଶୋଚନା ରହିବ ନାହିଁ।




