ରାମ ମନ୍ଦିର ପାଇଁ ପତାକା ତିଆରି କରୁଛନ୍ତି ମୁସଲିମ ଦରଜି
ନୂଆଦିଲ୍ଲୀ : ୫୫ ବର୍ଷୀୟ ଗୁଲାମ ଜିଲାନି ୪୦ ଫୁଟ୍ ଲମ୍ବ ୪୨ ଫୁଟ୍ ଚଉଡ଼ା ଏକ ପତାକା ଷ୍ଟିଚ୍ କରିଛନ୍ତି। ଏହି ପତାକା ଆସନ୍ତା ଜାନୁଆରି ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିର ଉପରେ ଉଡ଼ିବ। ଜିଲାନି ହେଉଛନ୍ତି ତୃତୀୟ ପିଢ଼ିର ଦରଜି ଯିଏ କେବଳ ଝାଡ଼ଖଣ୍ଡର ହଜାରିବାଗ ଜିଲ୍ଲାରେ ଧାର୍ମିକ ‘ମହାବୀର ପତାକା’ ତିଆରି କରନ୍ତି। ଜିଲାନି କହିଛନ୍ତି, ମୁଁ ଖୁବ୍ ଗର୍ବିତ ଯେ ମୋ ଦ୍ବାରା ତିଆରି ହୋଇଥିବା ପତାକା ଐତିହାସିକ ରାମ […]
ନୂଆଦିଲ୍ଲୀ : ୫୫ ବର୍ଷୀୟ ଗୁଲାମ ଜିଲାନି ୪୦ ଫୁଟ୍ ଲମ୍ବ ୪୨ ଫୁଟ୍ ଚଉଡ଼ା ଏକ ପତାକା ଷ୍ଟିଚ୍ କରିଛନ୍ତି। ଏହି ପତାକା ଆସନ୍ତା ଜାନୁଆରି ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିର ଉପରେ ଉଡ଼ିବ। ଜିଲାନି ହେଉଛନ୍ତି ତୃତୀୟ ପିଢ଼ିର ଦରଜି ଯିଏ କେବଳ ଝାଡ଼ଖଣ୍ଡର ହଜାରିବାଗ ଜିଲ୍ଲାରେ ଧାର୍ମିକ ‘ମହାବୀର ପତାକା’ ତିଆରି କରନ୍ତି। ଜିଲାନି କହିଛନ୍ତି, ମୁଁ ଖୁବ୍ ଗର୍ବିତ ଯେ ମୋ ଦ୍ବାରା ତିଆରି ହୋଇଥିବା ପତାକା ଐତିହାସିକ ରାମ ମନ୍ଦିରରେ ଉଡ଼ିବ। ୧୦୦ କୋଟିରୁ ଅଧିକ ଭାରତୀୟ ଯେଉଁ ମନ୍ଦିର ସମ୍ପର୍କରେ ସ୍ବପ୍ନ ଦେଖୁଛନ୍ତି ସେହି ମନ୍ଦିର ପାଇଁ ପତାକା ତିଆରି କରି ମୁଁ ଗର୍ବିତ। ଯଦି ସୁଯୋଗ ମିଳିବ ତେବେ ମୁଁ ଉଦ୍ଘାଟନ ଉତ୍ସବରେ ନିଶ୍ଚିତ ଅଯୋଧ୍ୟା ଯିବି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜାନୁଆରି ୨୨ ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତୀଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବହୁ ପ୍ରମୁଖ ନେତାମାନେ ଅଂଶଗ୍ରହଣ କରିବେ।




