ରାମ ମନ୍ଦିର ନିର୍ମାଣ ପାଇଁ ମୁଁ ୧.୧୧ ଲକ୍ଷ ଦେଇଛି : ଦିଗବିଜୟ

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ମଧ୍ୟପ୍ରଦେଶରେ ରାଜନୀତି ତେଜିଥିବାବେଳେ ଆଜି ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ ସିଂହ ଏହି ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଉଠାଇ ନିଜକୁ ଜଣେ ଭଲ ହିନ୍ଦୁ ବୋଲି କହିଛନ୍ତି। ଭୋପାଳରେ ସାମ୍ବାଦିକମାନଙ୍କ ସହ କଥା ହେବା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ କହିଛନ୍ତି, ମୁଁ ସନାତନ ଧର୍ମକୁ ଅନୁକରଣ କରେ ଏବଂ ମୁଁ ଜଣେ ଭଲ ହିନ୍ଦୁ। କିନ୍ତୁ ନିର୍ବାଚନରେ ଧର୍ମର ବ୍ୟବହାର ନିଷିଦ୍ଧ। ଦିଗ୍ବିଜୟ କହିଛନ୍ତି, […]

Samaya Live Picture
Published On

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ମଧ୍ୟପ୍ରଦେଶରେ ରାଜନୀତି ତେଜିଥିବାବେଳେ ଆଜି ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ ସିଂହ ଏହି ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଉଠାଇ ନିଜକୁ ଜଣେ ଭଲ ହିନ୍ଦୁ ବୋଲି କହିଛନ୍ତି। ଭୋପାଳରେ ସାମ୍ବାଦିକମାନଙ୍କ ସହ କଥା ହେବା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ କହିଛନ୍ତି, ମୁଁ ସନାତନ ଧର୍ମକୁ ଅନୁକରଣ କରେ ଏବଂ ମୁଁ ଜଣେ ଭଲ ହିନ୍ଦୁ। କିନ୍ତୁ ନିର୍ବାଚନରେ ଧର୍ମର ବ୍ୟବହାର ନିଷିଦ୍ଧ। ଦିଗ୍ବିଜୟ କହିଛନ୍ତି, ସେ ଜଣେ ଭଲ ହିନ୍ଦୁ ହୋଇଥିବାରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ୧.୧୧ ଲକ୍ଷ ଦେଇଛନ୍ତି। ଦିଗ୍ବିଜୟ କହିଛନ୍ତି, ରାମ ମନ୍ଦିର ନିର୍ମାଣ ପାଇଁ ଶିବରାଜ ସିଂହ ଚୌହାନ ୧ ଲକ୍ଷ ଟଙ୍କା ଦେଇଥିବାବେଳେ ସେ ୧.୧୧ ଲକ୍ଷ ଦେଇଛନ୍ତି।

Tags: