‘ରାମ ବିବାଦ ନୁହେଁ ବରଂ ସମାଧାନ’ : ମୋଦୀ

ଅଯୋଧ୍ୟା: ରାମମନ୍ଦିରରେ ଆଜି ପ୍ରାଣପ୍ରତିଷ୍ଠା କରିବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟାରେ ହଜାରହଜାର ଲୋକଙ୍କ ସମାଗମକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମୋଦୀ କହିଛନ୍ତି, ଅନେକ ଶତାବ୍ଦୀର ସଂଘର୍ଷ ପରେ ରାମଲାଲା ନିଜ ସିଂହାସନରେ ବିରାଜମାନ କରିଛନ୍ତି। ସୁପ୍ରିମ୍କୋର୍ଟଙ୍କ ଐତିହାସିକ ରାୟର ୪ ବର୍ଷ ପରେ ରାମମନ୍ଦିର ଉଦ୍ଘାଟନ ହୋଇଛି। ଏକ ଭାବପୂର୍ଣ୍ଣ ଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାମ ଏକ ବିବାଦ ନୁହେଁ ବରଂ ସମାଧାନ। ପ୍ରାଣପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ ପାଖାପାଖି ୮,୦୦୦ ଲୋକଙ୍କ […]

Samaya Live Picture
Published On

ଅଯୋଧ୍ୟା: ରାମମନ୍ଦିରରେ ଆଜି ପ୍ରାଣପ୍ରତିଷ୍ଠା କରିବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟାରେ ହଜାରହଜାର ଲୋକଙ୍କ ସମାଗମକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମୋଦୀ କହିଛନ୍ତି, ଅନେକ ଶତାବ୍ଦୀର ସଂଘର୍ଷ ପରେ ରାମଲାଲା ନିଜ ସିଂହାସନରେ ବିରାଜମାନ କରିଛନ୍ତି। ସୁପ୍ରିମ୍କୋର୍ଟଙ୍କ ଐତିହାସିକ ରାୟର ୪ ବର୍ଷ ପରେ ରାମମନ୍ଦିର ଉଦ୍ଘାଟନ ହୋଇଛି। ଏକ ଭାବପୂର୍ଣ୍ଣ ଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାମ ଏକ ବିବାଦ ନୁହେଁ ବରଂ ସମାଧାନ। ପ୍ରାଣପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ ପାଖାପାଖି ୮,୦୦୦ ଲୋକଙ୍କ ସମାବେଶକୁ ସମ୍ବୋଧିତ କରିଥିଲେ। ଏଥିରେ ସାଧୁ, ରାମ ଜନ୍ମଭୂମି ଆନ୍ଦୋଳନ ସହ ଜଡ଼ିତ ଲୋକ ଏବଂ ସେଲିବ୍ରିଟିମାନେ ସାମିଲ ଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍ବୋଧନରେ କହିଥିଲେ, ଆମ ରାମ ଆସିଛନ୍ତି! ରାମଲାଲା ଏବେ ଆଉ ତମ୍ବୁରେ ରହିବେ ନାହିଁ। ସେ ଭବ୍ୟ ମନ୍ଦିରରେ ରହିବେ। ଜାନୁଆରି ୨୨ର ସୂର୍ଯ୍ୟୋଦୟ ଏକ ଚମତ୍କାର ଚମକ ଆଣିଛି। ଜାନୁଆରି ୨୨, ୨୦୨୪, କ୍ୟାଲେଣ୍ଡରରେ ଲିଖିତ ତାରିଖ ନୁହେଁ। ଏହା ଏକ ନୂତନ ଯୁଗର ଉତ୍ପତ୍ତି। ରାମମନ୍ଦିର ନିର୍ମାଣ ଲୋକଙ୍କୁ ଏକ ନୂଆ ଶକ୍ତିରେ ଭରି ଦେଇଛି। ସମ୍ବିଧାନ ଆସିବା ପରେ ମଧ୍ୟ ଭଗବାନ ରାମଙ୍କ ଅସ୍ତିତ୍ୱକୁ ନେଇ ଦଶନ୍ଧି ଧରି ଆଇନଗତ ଲଢ଼େଇ ଚାଲିଥିଲା। ରାମମନ୍ଦିର ନିର୍ମାଣ ଭାରତୀୟ ସମାଜର ପରିପକ୍ୱତାର ପ୍ରତିଫଳନ। ଏହା କେବଳ ବିଜୟ ନୁହେଁ ବରଂ ନମ୍ରତାର ମଧ୍ୟ ଏକ ଅବସର। ମୋଦୀ କହିଛନ୍ତି, ମୋର ଦୃଢ଼ ବିଶ୍ୱାସ ରହିଛି ଯେ ଆଜି ପ୍ରଭୁ ରାମଙ୍କ ଭକ୍ତମାନେ ଏହି ଐତିହାସିକ ମୁହୂର୍ତ୍ତରେ ସମ୍ପୂର୍ଣ୍ଣ ରୂପେ ମଗ୍ନ ଅଛନ୍ତି। ଦେଶ ଓ ବିଶ୍ୱର କୋଣ-ଅନୁକୋଣରେ ଥିବା ପ୍ରଭୁ ରାମଙ୍କ ଭକ୍ତମାନେ ଏହାକୁ ଗଭୀର ଭାବରେ ଅନୁଭବ କରୁଛନ୍ତି। ଏହି ମୁହୂର୍ତ୍ତ ଦିବ୍ୟ ଓ ପବିତ୍ର।

Tags: