ରାମ ନବମୀ ହିଂସା ଥମୁନି

ସାସାରାମ୍‌: ରାମ ନବମୀ ହିଂସା ଥମୁନି। ବିହାରର ସାସାରାମ ଏବଂ ନାଳନ୍ଦାରେ ଅଶାନ୍ତ ସ୍ଥିତି ଲାଗି ରହିଛି। ସାସାରାମରେ ବୋମା ବିସ୍ଫୋରଣ ଘଟି ୫ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଅନ୍ୟପକ୍ଷେ ନାଳନ୍ଦାରେ ହିଂସା ଘଟି ଜଣେ ନାବାଳକଙ୍କ ମୃତ୍ୟୁ ‌ହୋଇଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଫରେନସିକ୍‌ ଟିମ୍‌ ପହଞ୍ଚି ଛାନଭିନ ଆରମ୍ଭ କରିଥିବା କଥା ସରକାରୀ ଅଧିକାରୀମାନ‌େ କହିଛନ୍ତି। ସାସାରାମରେ ବୋମା ବିସ୍ଫୋରଣ ହୋଇଥିବା ନେଇ ସାସାରାମ ଜିଲ୍ଲାପାଳ ଧର୍ମେନ୍ଦ୍ର କୁମାର ସ୍ପଷ୍ଟ କରିଛନ୍ତି। […]

Samaya Live Picture
Published On

ସାସାରାମ୍‌: ରାମ ନବମୀ ହିଂସା ଥମୁନି। ବିହାରର ସାସାରାମ ଏବଂ ନାଳନ୍ଦାରେ ଅଶାନ୍ତ ସ୍ଥିତି ଲାଗି ରହିଛି। ସାସାରାମରେ ବୋମା ବିସ୍ଫୋରଣ ଘଟି ୫ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଅନ୍ୟପକ୍ଷେ ନାଳନ୍ଦାରେ ହିଂସା ଘଟି ଜଣେ ନାବାଳକଙ୍କ ମୃତ୍ୟୁ ‌ହୋଇଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଫରେନସିକ୍‌ ଟିମ୍‌ ପହଞ୍ଚି ଛାନଭିନ ଆରମ୍ଭ କରିଥିବା କଥା ସରକାରୀ ଅଧିକାରୀମାନ‌େ କହିଛନ୍ତି। ସାସାରାମରେ ବୋମା ବିସ୍ଫୋରଣ ହୋଇଥିବା ନେଇ ସାସାରାମ ଜିଲ୍ଲାପାଳ ଧର୍ମେନ୍ଦ୍ର କୁମାର ସ୍ପଷ୍ଟ କରିଛନ୍ତି। ଆହତଙ୍କୁ ‘ବିଏଚ୍‌ୟୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ବିହାର ପୁଲିସ ଅନୁଯାୟୀ ରୋହତାସ୍‌ର ସାସାରାମ୍‌ରେ ବୋମା ବିସ୍ଫୋରଣ ଘଟଣା ସଂକ୍ରାନ୍ତରେ ସୂଚନା ପାଇବା ପରେ ତୁରନ୍ତ ସେଠାକୁ ଫରେନ୍‌ସିକ୍‌ ଟିମ୍‌ ପଠାଯାଇଥିଲା। ଏକ ଚାଳିଆ ଘରେ ବୋମା ବିସ୍ଫୋରଣ ହୋଇଛି। ରାଜ୍ୟର ଦୁଇ ପୃଥକ୍‌ ଅଞ୍ଚଳରେ ଶନିବାର ଦିନ ପୁଣି ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେବାରୁ କଡ଼ା ସୁରକ୍ଷା ମୁତୟନ କରାଯାଇଛି। ସାସାରାମ ଏବଂ ନାଳନ୍ଦାରେ ମୋବାଇଲ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି ଏବଂ ଧାରା ୧୪୪ ଜାରି ‌ହୋଇଛି। ପୁଲିସ ଟିମ୍‌, ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ ଏବଂ ପାରାମିଲିଟାରି ଫୋର୍ସ ଶନିବାର ଦିନ ସାସାରାମ୍‌ରେ ‘ଫ୍ଲାଗ୍‌ ମାର୍ଚ’ କରିଛନ୍ତି।

Tags: