ରାମମୋହନ ନାଇଡ଼ୁ କନିଷ୍ଠ, ଜିତନ ରାମ ବୟସ୍କ ମନ୍ତ୍ରୀ
ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ତୃତୀୟ ପାଳିର ମନ୍ତ୍ରିମଣ୍ଡଳରେ ଟିଡିପି ସାଂସଦ ରାମମୋହନ ନାଇଡ଼ୁ ସର୍ବକନିଷ୍ଠ ମନ୍ତ୍ରୀ । ୩୬ ବର୍ଷୀୟ ରାମମୋହନ ଶ୍ରୀକାକୁଲମ ଲୋକସଭା ନିର୍ବାଚନ ମଣ୍ଡଳୀରୁ ତୃତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ୱାଇଏସଆରସିପିର ତିଲକ ପେରଡ଼ାଙ୍କୁ ୩.୨ ଲକ୍ଷ ଭୋଟ ବ୍ୟବଧାନରେ ହରାଇଛନ୍ତି। ତାଙ୍କ ବାପା ସ୍ବର୍ଗତଃ ୟେରାନ୍ନା ନାଇଡ଼ୁ ମଧ୍ୟ ୧୯୯୬ରେ ଏଚଡି ଦେବେଗୌଡ଼ାଙ୍କ ମନ୍ତ୍ରିମଣ୍ଡଳରେ ୩୯ ବର୍ଷ ବୟସରେ ମନ୍ତ୍ରୀ ହୋଇଥିଲେ। ମହାରାଷ୍ଟ୍ରର ରକ୍ଷା ନିଖିଲ ଖଡ଼ସେ […]
ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ତୃତୀୟ ପାଳିର ମନ୍ତ୍ରିମଣ୍ଡଳରେ ଟିଡିପି ସାଂସଦ ରାମମୋହନ ନାଇଡ଼ୁ ସର୍ବକନିଷ୍ଠ ମନ୍ତ୍ରୀ । ୩୬ ବର୍ଷୀୟ ରାମମୋହନ ଶ୍ରୀକାକୁଲମ ଲୋକସଭା ନିର୍ବାଚନ ମଣ୍ଡଳୀରୁ ତୃତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ୱାଇଏସଆରସିପିର ତିଲକ ପେରଡ଼ାଙ୍କୁ ୩.୨ ଲକ୍ଷ ଭୋଟ ବ୍ୟବଧାନରେ ହରାଇଛନ୍ତି। ତାଙ୍କ ବାପା ସ୍ବର୍ଗତଃ ୟେରାନ୍ନା ନାଇଡ଼ୁ ମଧ୍ୟ ୧୯୯୬ରେ ଏଚଡି ଦେବେଗୌଡ଼ାଙ୍କ ମନ୍ତ୍ରିମଣ୍ଡଳରେ ୩୯ ବର୍ଷ ବୟସରେ ମନ୍ତ୍ରୀ ହୋଇଥିଲେ। ମହାରାଷ୍ଟ୍ରର ରକ୍ଷା ନିଖିଲ ଖଡ଼ସେ ମଧ୍ୟ ୩୭ ବର୍ଷ ବୟସରେ ମୋଦୀ ୩.୦ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଭେର ଆସନରୁ ସେ ବିଜେପି ପ୍ରାର୍ଥୀ ଭାବେ ତୃତୀୟ ଥର ଲାଗି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। କମ୍ ବୟସର ଅନ୍ୟ ମନ୍ତ୍ରୀମାନଙ୍କ ମଧ୍ୟରେ ଚିରାଗ ପାସ୍ବାନ ଏବଂ ଜୟନ୍ତ ଚୌଧାରୀ ଅଛନ୍ତି।ଅନ୍ୟପକ୍ଷରେ ମୋଦୀଙ୍କ ତୃତୀୟ ପାଳିରେ ସବୁଠୁ ବୟସ୍କ ମନ୍ତ୍ରୀ ହେଉଛ୍ତି ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ଏଚଏଏମ) ପ୍ରତିଷ୍ଠାତା ଜିତନ ରାମ ମାଞ୍ଝି ।




