ରାମନବମୀରେ ରାମଲାଲାଙ୍କ ‘ସୂର୍ଯ୍ୟ ତିଳକ’
ଅଯୋଧ୍ୟା : ଉତ୍ତରପ୍ରଦେଶର ପବିତ୍ର ସହର ଅଯୋଧ୍ୟାରେ ରାମନବମୀ ଧୁମଧାମରେ ପାଳିତ ହୋଇଛି। ରବିବାର ମଧ୍ୟାହ୍ନ ୧୨ଟାରେ ରାମଲାଲାଙ୍କ ସୂର୍ଯ୍ୟ ତିଳକ ହୋଇଥିଲା। ଭଗବାନ ସୂର୍ଯ୍ୟଙ୍କ କିରଣ ରାମଲାଲାଙ୍କ ମସ୍ତକରେ ୪ ମିନିଟ୍ ପର୍ଯ୍ୟନ୍ତ ପଡ଼ିଥିଲା। ଏହି ଦିବ୍ୟ ମୁହୂର୍ତ୍ତକୁ ‘ସୂର୍ଯ୍ୟ ତିଳକ’ କୁହାଯାଉଛି। ଏହି ଘଟଣା ପ୍ରତୀକାତ୍ମକ ଭାବରେ ଭଗବାନ ରାମଙ୍କ ଜନ୍ମକୁ ଚିହ୍ନିତ କରିଥିଲା ଏବଂ ସୂର୍ଯ୍ୟବିମ୍ ରାମଲାଲାଙ୍କ କପାଳକୁ ଆଲୋକିତ କରି ଉତ୍ସବରେ ଏକ ଆଧ୍ୟାତ୍ମିକ ଚମକ ଆଣିଥିଲା ।ଏହି ପବିତ୍ର ତିଥି […]
ଅଯୋଧ୍ୟା : ଉତ୍ତରପ୍ରଦେଶର ପବିତ୍ର ସହର ଅଯୋଧ୍ୟାରେ ରାମନବମୀ ଧୁମଧାମରେ ପାଳିତ ହୋଇଛି। ରବିବାର ମଧ୍ୟାହ୍ନ ୧୨ଟାରେ ରାମଲାଲାଙ୍କ ସୂର୍ଯ୍ୟ ତିଳକ ହୋଇଥିଲା। ଭଗବାନ ସୂର୍ଯ୍ୟଙ୍କ କିରଣ ରାମଲାଲାଙ୍କ ମସ୍ତକରେ ୪ ମିନିଟ୍ ପର୍ଯ୍ୟନ୍ତ ପଡ଼ିଥିଲା। ଏହି ଦିବ୍ୟ ମୁହୂର୍ତ୍ତକୁ ‘ସୂର୍ଯ୍ୟ ତିଳକ’ କୁହାଯାଉଛି। ଏହି ଘଟଣା ପ୍ରତୀକାତ୍ମକ ଭାବରେ ଭଗବାନ ରାମଙ୍କ ଜନ୍ମକୁ ଚିହ୍ନିତ କରିଥିଲା ଏବଂ ସୂର୍ଯ୍ୟବିମ୍ ରାମଲାଲାଙ୍କ କପାଳକୁ ଆଲୋକିତ କରି ଉତ୍ସବରେ ଏକ ଆଧ୍ୟାତ୍ମିକ ଚମକ ଆଣିଥିଲା ।ଏହି ପବିତ୍ର ତିଥି ଅବସରରେ ଅଯୋଧ୍ୟା ରାମ ମନ୍ଦିରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମନ୍ଦିର ଦର୍ଶନ କରିବା ପୂର୍ବରୁ ଶ୍ରଦ୍ଧାଳୁମାନେ ଅଯୋଧ୍ୟାର ସରଯୁ ନଦୀରେ ସ୍ନାନ କରିଥାନ୍ତି। ରାମନବମୀରେ ଅଯୋଧ୍ୟାର ରାମ ଜନ୍ମଭୂମି ମନ୍ଦିରକୁ ବିଭିନ୍ନ ଫୁଲ ଏବଂ ଚମକଦାର ଆଲୋକରେ ସଜ୍ଜିତ କରାଯାଇଥିଲା। ସାରା ଦେଶରୁ ଶ୍ରଦ୍ଧାଳୁମାନେ ଭଗବାନ ରାମଙ୍କ ଜନ୍ମ ଉତ୍ସବ ପାଳନ କରିବାକୁ ଅଯୋଧ୍ୟାରେ ପହଞ୍ଚିଥିଲେ।




