ରାତିଅଧିଆ ବର୍ଷାରେ ନାଗପୁର ଜଳବନ୍ଦୀ, ଉଦ୍ଧାର ପାଇଁ ମୁତୟନ କେନ୍ଦ୍ରୀୟ ବାହିନୀ

ନାଗପୁର : ଶୁକ୍ରବାର ମଧ୍ୟରାତ୍ରିରୁ ନାଗପୁରରେ ପ୍ରବଳ ବର୍ଷା ଜଳବନ୍ଦୀ ସମସ୍ୟା ସୃଷ୍ଟି କରିଛି। ତଳିଆ ଅଞ୍ଚଳ ଗୁଡ଼ିକ ବୁଡ଼ି ଯାଇଛି। ଫଳଳେ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ପାଣିପାଗ ବିଭାଗ ଅନୁଯାୟୀ ନାଗପୁର ବିମାନବନ୍ଦରରେ ଆଜି ସକାଳ ୫.୩୦ ସୁଦ୍ଧା ୧୦୬ ମିମି ବର୍ଷାଜଳ ରେକର୍ଡ କରାଯାଇଥିଲା। ଅ‌ନେକ ରାସ୍ତା ଏବଂ ଜନବସତି ଅଞ୍ଚଳ ବୁଡ଼ି ଯାଇଛି। ପ୍ରଶାସନ ପକ୍ଷରୁ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ‌ହେଉଛନ୍ତି […]

Samaya Live Picture
Published On

ନାଗପୁର : ଶୁକ୍ରବାର ମଧ୍ୟରାତ୍ରିରୁ ନାଗପୁରରେ ପ୍ରବଳ ବର୍ଷା ଜଳବନ୍ଦୀ ସମସ୍ୟା ସୃଷ୍ଟି କରିଛି। ତଳିଆ ଅଞ୍ଚଳ ଗୁଡ଼ିକ ବୁଡ଼ି ଯାଇଛି। ଫଳଳେ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ପାଣିପାଗ ବିଭାଗ ଅନୁଯାୟୀ ନାଗପୁର ବିମାନବନ୍ଦରରେ ଆଜି ସକାଳ ୫.୩୦ ସୁଦ୍ଧା ୧୦୬ ମିମି ବର୍ଷାଜଳ ରେକର୍ଡ କରାଯାଇଥିଲା। ଅ‌ନେକ ରାସ୍ତା ଏବଂ ଜନବସତି ଅଞ୍ଚଳ ବୁଡ଼ି ଯାଇଛି। ପ୍ରଶାସନ ପକ୍ଷରୁ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ‌ହେଉଛନ୍ତି ନାଗପୁରର। ଆଜି ଏକ୍ସରେ ଏକ ପୋଷ୍ଟ୍‌ କରି ଫଡ଼ନାବିସ କହିଛନ୍ତି, ସେ ଲଗାତାର ଭାବେ ସହରରେ ବର୍ଷା ସ୍ଥିତି ଯାଞ୍ଚ କରୁଛନ୍ତି। ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ସବୁ ଜଳମଗ୍ନ ହୋଇଯାଇଛି। ଉଦ୍ଧାର ପାଇଁ ଏକାଧିକ ଟିମ୍‌ ମୁତୟନ ହୋଇଛନ୍ତି। ଏନଡିଆରଏଫ୍‌ ଏବଂ ଏସଡିଆରଏଫ୍‌ ମଧ୍ୟ ମୁତୟନ ହୋଇଛନ୍ତି। ଇତି ମଧ୍ୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜଳବନ୍ଦୀ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଲୋକମାନଙ୍କୁ କାମ ନଥିଲେ ବାହାରକୁ ଯିବାପାଇଁ ମନା କରାଯାଇଛି।

Tags: