ରାଣାକୁ ମୃତ୍ୟୁଦଣ୍ଡ ମିଳିବ : ପୂର୍ବତନ ଗୃହ ସଚିବ

ମୁମ୍ବାଇ:  ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମୁଖ୍ୟ ଅଭିଯୁକ୍ତ ତହବୁର ରାଣା ବିରୋଧରେ ବିଚାରଣ ଆରମ୍ଭ ହୋଇଛି। ଏନେଇ ପୂର୍ବ ଗୃହ ସଚିବ ଗୋପାଳ କୃଷ୍ଣ ପିଲାଇ କହିଛନ୍ତି, ରାଣା ନିଶ୍ଚିତ ଭାବେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ଦୋଷୀସାବ୍ୟସ୍ତ ହେବ ଏବଂ ତାକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ। ୨୬/୧୧ ଆକ୍ରମଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଥିବା ଡେଭିଡ୍‌ ହେଡଲିର ରାଣା ଜଣେ ଘନିଷ୍ଠ ସହଯୋଗୀ ବୋଲି ପିଲାଇ କହିଛନ୍ତି। ମୁମ୍ବାଇରେ ରାଣାର ଇମିଗ୍ରେସନ ଅଫିସ୍‌ରେ ହେଡଲିକୁ […]

 ରାଣାକୁ ମୃତ୍ୟୁଦଣ୍ଡ ମିଳିବ : ପୂର୍ବତନ ଗୃହ ସଚିବ
Samaya Live Picture
Published On

ମୁମ୍ବାଇ:  ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମୁଖ୍ୟ ଅଭିଯୁକ୍ତ ତହବୁର ରାଣା ବିରୋଧରେ ବିଚାରଣ ଆରମ୍ଭ ହୋଇଛି। ଏନେଇ ପୂର୍ବ ଗୃହ ସଚିବ ଗୋପାଳ କୃଷ୍ଣ ପିଲାଇ କହିଛନ୍ତି, ରାଣା ନିଶ୍ଚିତ ଭାବେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ଦୋଷୀସାବ୍ୟସ୍ତ ହେବ ଏବଂ ତାକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ। ୨୬/୧୧ ଆକ୍ରମଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଥିବା ଡେଭିଡ୍‌ ହେଡଲିର ରାଣା ଜଣେ ଘନିଷ୍ଠ ସହଯୋଗୀ ବୋଲି ପିଲାଇ କହିଛନ୍ତି। ମୁମ୍ବାଇରେ ରାଣାର ଇମିଗ୍ରେସନ ଅଫିସ୍‌ରେ ହେଡଲିକୁ ଚାକିରି ମିଳିଥିଲା। ଏହାପରେ ସେ ଭିସା ନେଇ ଭାରତ ଆସିଥିଲା। ଉଲ୍ଲେଖଯୋଗ୍ୟ, ୨୬/୧୧ ମୁମ୍ବାଇ ଆକ୍ରମଣ ହେବାର ୬ ମାସ ପରେ ପିଲାଇ ଗୃହ ସଚିବ ଭାବେ ଦାୟିତ୍ବ ନେଇଥିଲେ।

Tags: