ରାଜ୍ୟ ପୁଲିସ ମୁଖ୍ୟଙ୍କୁ ରାଜ୍ୟପାଳଙ୍କ ପ୍ରଶ୍ନ,ମହିଳାଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନି କାହିଁକି

ଇମ୍ଫାଲ : ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣାକୁ ମଣିପୁର ରାଜ୍ୟପାଳ ଅନୁସୂୟା ଉଇକେ କଡ଼ା ନିନ୍ଦା କରିଛନ୍ତି। ରାଜ୍ୟପାଳ କହିଛନ୍ତି,ମୋ ରାଜ୍ୟରେ ଏଭଳି ଘଟଣା ଘଟିଛି ବୋଲି ମୁଁ ବିଶ୍ବାସ କରିପାରୁନି। ୨ ମାସ ହେବ ଘଟଣା ଘଟିଲାଣି। ମହିଳାଙ୍କ ଅଭିଯୋଗ ଆଧାରରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନି ବୋଲି ରାଜ୍ୟପାଳ ରାଜ୍ୟ ପୁଲିସ ମୁଖ୍ୟଙ୍କୁ ପ୍ରଶ୍ନ କରିଛନ୍ତି। ରାଜ୍ୟପାଳ କହିଛନ୍ତି, ମୁଁ ଆଜି ରାଜ୍ୟର ଡିଜିପିଙ୍କୁ ଫୋନ୍‌ କରି […]

Samaya Live Picture
Published On

ଇମ୍ଫାଲ : ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣାକୁ ମଣିପୁର ରାଜ୍ୟପାଳ ଅନୁସୂୟା ଉଇକେ କଡ଼ା ନିନ୍ଦା କରିଛନ୍ତି। ରାଜ୍ୟପାଳ କହିଛନ୍ତି,ମୋ ରାଜ୍ୟରେ ଏଭଳି ଘଟଣା ଘଟିଛି ବୋଲି ମୁଁ ବିଶ୍ବାସ କରିପାରୁନି। ୨ ମାସ ହେବ ଘଟଣା ଘଟିଲାଣି। ମହିଳାଙ୍କ ଅଭିଯୋଗ ଆଧାରରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନି ବୋଲି ରାଜ୍ୟପାଳ ରାଜ୍ୟ ପୁଲିସ ମୁଖ୍ୟଙ୍କୁ ପ୍ରଶ୍ନ କରିଛନ୍ତି। ରାଜ୍ୟପାଳ କହିଛନ୍ତି, ମୁଁ ଆଜି ରାଜ୍ୟର ଡିଜିପିଙ୍କୁ ଫୋନ୍‌ କରି କଥା ହୋଇଛି। ମହିଳାଙ୍କ ଅଭିଯୋଗ ଆଧାରରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନି ‌ବୋଲି ତାଙ୍କୁ ପ୍ରଶ୍ନ କରିଛି। ଭବିଷ୍ୟତ‌ରେ ମହିଳାଙ୍କ ବିରୋଧରେ ଏଭଳି ଅପରାଧ ଘଟାଇବା ପାଇଁ କେହି ସାହସ ନକରିବା ଉଚିତ ବୋଲି ସେ କହିଛନ୍ତି। ନାଗରିକଙ୍କୁ ସୁରକ୍ଷା ଦେବାରେ ପୁଲିସ ବିଭିନ୍ନ କ୍ଷେତ୍ରରେ ବିଫଳ ହୋଇଥିବାରୁ ଏହା ଉପରେ ରାଜ୍ୟପାଳ ରିପୋର୍ଟ ତଲବ କରିଛନ୍ତି।

Tags: