ରାଜ୍ୟ କଂଗ୍ରେସ ମୁଖ୍ୟ ଭାବେ ଇସ୍ତଫା ଦେଲେ ପୂର୍ବତନ ଅରୁଣାଚଳ ମୁଖ୍ୟମନ୍ତ୍ରୀ ନବାମ ତୁକି

ନୂଆଦିଲ୍ଲୀ : ପୂର୍ବତନ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ନବାମ ତୁକି ଆଜି ରାଜ୍ୟ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଆଗକୁ ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ନବାମ ତୁକି ରାଜ୍ୟ କଂଗ୍ରେସ ସଭାପତି ଭାବେ ଇସ୍ତଫା ଦେବା ଦଳ ପାଇଁ ଏକ ଶକ୍ତ ଝଟକା। ତୁକି ଏଆଇସିସି (ଅଲ ଇଣ୍ଡିଆ କଂଗ୍ରେସ କମିଟି)କୁ ଇସ୍ତଫା ପତ୍ର ପଠାଇଛନ୍ତି। ୩ ଜଣ ବିଧାୟକ ବିଜେପିରେ ଯୋଗ ଦେବାପରେ ସେ ଆଜି ନୈତିକତା […]

Samaya Live Picture
Published On

ନୂଆଦିଲ୍ଲୀ : ପୂର୍ବତନ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ନବାମ ତୁକି ଆଜି ରାଜ୍ୟ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଆଗକୁ ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ନବାମ ତୁକି ରାଜ୍ୟ କଂଗ୍ରେସ ସଭାପତି ଭାବେ ଇସ୍ତଫା ଦେବା ଦଳ ପାଇଁ ଏକ ଶକ୍ତ ଝଟକା। ତୁକି ଏଆଇସିସି (ଅଲ ଇଣ୍ଡିଆ କଂଗ୍ରେସ କମିଟି)କୁ ଇସ୍ତଫା ପତ୍ର ପଠାଇଛନ୍ତି। ୩ ଜଣ ବିଧାୟକ ବିଜେପିରେ ଯୋଗ ଦେବାପରେ ସେ ଆଜି ନୈତିକତା ଦୃଷ୍ଟିକୋଣରୁ ଦଳରୁ ଇସ୍ତଫା ଦେଇଛନ୍ତି। ବିଧାୟକମାିନେ ଅନ୍ୟ ଦଳକୁ ଯିବାକୁ ସେ ରୋକି ନପାରିବାରୁ ଏଥିପାଇଁ ନିଜକୁ ଦାୟୀ କରି ନିଜ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଏପିସିସି ସାଧାରଣ ସଚିବ ଗ୍ୟାମାର ତାନା କହିଛନ୍ତି। ତୁକି ରାଜ୍ୟରେ ସାଗାଲି ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ବ କରୁଥିଲେ। ଉଲ୍ଲେଖଯୋଗ୍ୟ ଯେ ଚଳିତ ମାସ ଆରମ୍ଭରେ ପୂର୍ବ ସିଆଙ୍ଗ ଜିଲ୍ଲାର ମେବୋରୁ ୬ ଥର ବିଧାୟକ ହୋଇଥିବା ସିଏଲପି (କଂଗ୍ରେସ ଲେଜିସଲେଚର ପାର୍ଟି) ନେତା ଲମ୍ବୋ ତାୟେଙ୍ଗ ବିଜେପିରେ ଯୋଗ ଦେଇଥିଲେ। ପୂର୍ବରୁ ଗତ ମାସରେ ବିଜେପିରେ ଯୋଗ ଦେଇଥିବା ଅନ୍ୟ ୨ ନେତା ହେଉଛନ୍ତି ନିନୋଙ୍ଗ ଏରିଙ୍ଗ ଏବଂ ୱାଙ୍ଗଲିନ ଲୋୱାଙ୍ଗଡଙ୍ଗ।

Tags: