ରାଜ୍ୟସଭା ସାଂସଦ ହେବେ କେଜ୍ରିୱାଲ
ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ସଂଜୀବ ଆରୋରାଙ୍କୁ ଆପ୍ ବିଧାନସଭା ଉପନିର୍ବାଚନରେ ପ୍ରାର୍ଥୀ କରିବ ବୋଲି ନିଷ୍ପତ୍ତି ନେବାପରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ରାଜ୍ୟସଭାରେ ତାଙ୍କ ସ୍ଥାନ ନେବେ ବୋଲି ଚର୍ଚ୍ଚା ଜୋର୍ ଧରିଛି। ଲୁଧିଆନା ପଶ୍ଚିମ ଆସନରୁ ଉପନିର୍ବାଚନ ଲଢ଼ିବେ ବୋଲି ଆପ୍ ଘୋଷଣା କରିଛି। ଆପ୍ ବିଧାୟକ ଗୁର୍ପ୍ରୀତ ଗୋଗୀଙ୍କର ଗତ ମାସରେ ମୃତ୍ୟୁ ହୋଇଯିବାପରେ ଏହି ଆସନ ଖାଲି ପଡ଼ିଥିଲା। ଉକ୍ତ ଆସନରେ ଆଗକୁ ବିଧାନସଭା ଉପନିର୍ବାଚନ ହେବ ଏବଂ ଏହି ଆସନରେ […]
ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ସଂଜୀବ ଆରୋରାଙ୍କୁ ଆପ୍ ବିଧାନସଭା ଉପନିର୍ବାଚନରେ ପ୍ରାର୍ଥୀ କରିବ ବୋଲି ନିଷ୍ପତ୍ତି ନେବାପରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ରାଜ୍ୟସଭାରେ ତାଙ୍କ ସ୍ଥାନ ନେବେ ବୋଲି ଚର୍ଚ୍ଚା ଜୋର୍ ଧରିଛି। ଲୁଧିଆନା ପଶ୍ଚିମ ଆସନରୁ ଉପନିର୍ବାଚନ ଲଢ଼ିବେ ବୋଲି ଆପ୍ ଘୋଷଣା କରିଛି। ଆପ୍ ବିଧାୟକ ଗୁର୍ପ୍ରୀତ ଗୋଗୀଙ୍କର ଗତ ମାସରେ ମୃତ୍ୟୁ ହୋଇଯିବାପରେ ଏହି ଆସନ ଖାଲି ପଡ଼ିଥିଲା। ଉକ୍ତ ଆସନରେ ଆଗକୁ ବିଧାନସଭା ଉପନିର୍ବାଚନ ହେବ ଏବଂ ଏହି ଆସନରେ ଆରୋରା ଲଢ଼ିବେ। ଯଦି ସେ ବିଧାନସଭା ଉପନିର୍ବାଚନ ଜିତିବେ ତେବେ ସେ ସାଂସଦ ପଦରୁ ଇସ୍ତଫା ଦେବେ। ଏ କ୍ଷେତ୍ରରେ ଖାଲି ପଡ଼ିଥିବା ରାଜ୍ୟସଭା ଆସନ କେଜ୍ରିୱାଲଙ୍କୁ ଦିଆଯିବ। କିନ୍ତୁ ଆପ୍ ଏହାକୁ ଖଣ୍ଡନ କରିଛି। ଆପ୍ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି, ଏହି ରିପୋର୍ଟ ମିଛ ଏବଂ କେଜ୍ରିୱାଲ କେବଳ ଗୋଟିଏ ଆସନରେ ସୀମିତ ନୁହନ୍ତି। ସେ କହିଛନ୍ତି, ଅରବିନ୍ଦ କେଜ୍ରିୱାଲ ନିର୍ବାଚନ ହାରିଯିବା ପରେ ତାଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଛି। କିନ୍ତୂ ଏସବୁ ମିଛ। ଅନ୍ୟପକ୍ଷେ ଲୁଧିଆନା ପଶ୍ଚିମ ଆସନ ପାଇଁ ଟିକେଟ୍ ଗ୍ରହଣ କରି ଆପ୍କୁ ଧନ୍ୟବାଦ ଜଣାଇଛନ୍ତି ଆରୋରା।
Tags:




