ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସୁଧା ମୂର୍ତ୍ତି

ନୂଆଦିଲ୍ଲୀ: ଇଂଜିନିୟରରୁ ସମାଜସେବୀ ବନିଥିବା ସୁଧା ମୂର୍ତ୍ତି ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି। ସ୍ବାମୀ ନାରାୟଣ ମୂର୍ତ୍ତିଙ୍କ ଉପସ୍ଥିତିରେ ଆଜି ସୁଧା ମୂର୍ତ୍ତି ଶପଥ ନେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଆଜି ସଂସଦ ଭବନରେ ତାଙ୍କ ଚ୍ୟାମ୍ବରରେ ସୁଧା ମୂର୍ତ୍ତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ମଧ୍ୟ ଉପସ୍ଥିତ ଥିଲେ। ୭୩ ବର୍ଷୀୟା ସୁଧା ମୂର୍ତ୍ତି ଇନଫୋସିସ ଫାଉଣ୍ଡେସନର ପୂର୍ବତନ ଅଧ୍ୟକ୍ଷା। […]

Samaya Live Picture
Published On

ନୂଆଦିଲ୍ଲୀ: ଇଂଜିନିୟରରୁ ସମାଜସେବୀ ବନିଥିବା ସୁଧା ମୂର୍ତ୍ତି ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି। ସ୍ବାମୀ ନାରାୟଣ ମୂର୍ତ୍ତିଙ୍କ ଉପସ୍ଥିତିରେ ଆଜି ସୁଧା ମୂର୍ତ୍ତି ଶପଥ ନେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଆଜି ସଂସଦ ଭବନରେ ତାଙ୍କ ଚ୍ୟାମ୍ବରରେ ସୁଧା ମୂର୍ତ୍ତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ମଧ୍ୟ ଉପସ୍ଥିତ ଥିଲେ। ୭୩ ବର୍ଷୀୟା ସୁଧା ମୂର୍ତ୍ତି ଇନଫୋସିସ ଫାଉଣ୍ଡେସନର ପୂର୍ବତନ ଅଧ୍ୟକ୍ଷା। ସେ ମଧ୍ୟ ଅନେକ ପୁସ୍ତକର ରଚୟିତା ଶିଶୁମାନଙ୍କ ପାଇଁ ସେ ଅଧିକାଂଶ ପୁସ୍ତକ ଲେଖିଛନ୍ତି। ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଧା ମୂର୍ତ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଥିଲା। କନ୍ନଡ଼ ଏବଂ ଇଂରାଜି ଭାଷାରେ ତାଙ୍କର ଅବଦାନ ପାଇଁ ସେ ପ୍ରଖ୍ୟାତ ହୋଇଛନ୍ତି। ସୁଧା ମୂର୍ତ୍ତି ସାହିତ୍ୟ ଏକାଡେମି ବାଲ୍ ସାହିତ୍ୟ ପୁରସ୍କାର, ପଦ୍ମଶ୍ରୀ ୨୦୦୬ ଏବଂ ପଦ୍ମ ଭୂଷଣ (୨୦୨୩) ପାଇଛନ୍ତି। ସୁଧା ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ବିବାହ କରିଛନ୍ତି।

Tags: