ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସୋନିଆ ଗାନ୍ଧି
ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଏବଂ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମେତ ମୋ୍ଟ ୧୪ ଜଣ ଆଜି ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି। ଉପରାଷ୍ଟ୍ରପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଆଜି ସଂସଦ ଭବନରେ ସୋନିଆଙ୍କ ସମେତ ସମସ୍ତଙ୍କୁ ଶପଥ ପାଠ କରାଇଛନ୍ତି। ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ଭାବେ ସୋନିଆ ଆଜି ଶପଥ ନେଇଛନ୍ତି। ଅଶ୍ବିନୀ ବୈଷ୍ଣବ ଓଡ଼ିଶାରୁ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି। କର୍ଣ୍ଣାଟକରୁ କଂଗ୍ରେସ […]
ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଏବଂ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମେତ ମୋ୍ଟ ୧୪ ଜଣ ଆଜି ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି। ଉପରାଷ୍ଟ୍ରପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଆଜି ସଂସଦ ଭବନରେ ସୋନିଆଙ୍କ ସମେତ ସମସ୍ତଙ୍କୁ ଶପଥ ପାଠ କରାଇଛନ୍ତି। ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ଭାବେ ସୋନିଆ ଆଜି ଶପଥ ନେଇଛନ୍ତି। ଅଶ୍ବିନୀ ବୈଷ୍ଣବ ଓଡ଼ିଶାରୁ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି। କର୍ଣ୍ଣାଟକରୁ କଂଗ୍ରେସ ନେତା ଅଜୟ ମାକେନ ଏବଂ ସୟଦ ନସିର ହୁସେନ, ଉତ୍ତରପ୍ରଦେଶରୁ ବିଜେପି ନେତା ଆରପିଏନ୍ ସିଂହ ଏବଂ ପଶ୍ଚିମବଙ୍ଗୀଚ ବିଜେପି ନେତା ସମିକ ଭଟ୍ଟାଚାର୍ଯ୍ୟଙ୍କ ସମେତ ୧୪ ନେତା ଆଜି ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି। ବିହାରରୁ ସଂଜୟ କୁମାର ଝା ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସୋନିଆ ଗାନ୍ଧି ପ୍ରଥମ ଥର ପାଇଁ ରାଜ୍ୟସଭା ସଦସ୍ୟ ହୋଇଛନ୍ତି। ଗୃହର ନେତା ପୀୟୂଷ ଗୋୟଲ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଉପସ୍ଥିତିରେ ସୋନିଆ ଆଜି ଶପଥ ନେଇଛନ୍ତି। ଶପଥ ନେବା ସମୟରେ ସୋନିଆଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ଉପସ୍ଥିତ ଥିଲେ।




