ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଏସ୍ ଜୟଶଙ୍କର
ନୂଆଦିଲ୍ଲୀ : ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସୋମବାର ଦିନ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଜୟଶଙ୍କର ଗୁଜରାଟରୁ ରାଜ୍ୟସଭା ନିର୍ବାଚନ ଲଢ଼ୁଛନ୍ତି। ଜୟଶଙ୍କର ଆଜି ରାଜ୍ୟ ବିଧାନସଭା ପରିସରରେ ନିର୍ବାଚନ ଅଧିକାରୀ ରୀତା ମେହଟାଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ସହ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ବିଜେପି ଗୁଜରାଟ ସଭାପତି ସିଆର ପାଟିଲ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ ଜୁଲାଇ ୨୪ ତାରିଖରେ ରାଜ୍ୟସଭା ନିର୍ବାଚନ। […]
ନୂଆଦିଲ୍ଲୀ : ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସୋମବାର ଦିନ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଜୟଶଙ୍କର ଗୁଜରାଟରୁ ରାଜ୍ୟସଭା ନିର୍ବାଚନ ଲଢ଼ୁଛନ୍ତି। ଜୟଶଙ୍କର ଆଜି ରାଜ୍ୟ ବିଧାନସଭା ପରିସରରେ ନିର୍ବାଚନ ଅଧିକାରୀ ରୀତା ମେହଟାଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ସହ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ବିଜେପି ଗୁଜରାଟ ସଭାପତି ସିଆର ପାଟିଲ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ ଜୁଲାଇ ୨୪ ତାରିଖରେ ରାଜ୍ୟସଭା ନିର୍ବାଚନ। ଜୁଲାଇ ୧୩ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଏବଂ ଜୁଲାଇ ୧୭ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ୪ ବର୍ଷ ପୂର୍ବେ ଜୟଶଙ୍କର ପ୍ରଥମ ଥର ପାଇଁ ରାଜ୍ୟସଭାକୁ ଗୁଜରାଟରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଗୁଜରାଟରେ ୧୧ ରାଜ୍ୟସଭା ଆସନରୁ ୮ଟି ଆସନରେ ବିଜେପି ଥିବାବେଳେ ବାକି ଆସନରେ କଂଗ୍ରେସ ସଦସ୍ୟ ରହିଛନ୍ତି।




