ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଫେବ୍ରୁଆରି ୨୭ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ଏହାର ପ୍ରାର୍ଥୀ ତାଲିକା ଜାରି କରିଛି । ଏଥିରେ ପ୍ରମୁଖ ପ୍ରାର୍ଥୀମାନେ ହେଲେ ସୁଧାଂଶୁ ତ୍ରିବେଦୀ, ଆର୍ପିଏନ୍ ସିଂହ, ତେଜବୀର ସିଂହ, ସାଧନା ସିଂହ, ସଙ୍ଗୀତା ବଲୱନ୍ତ, ନବୀନ ଜୈନ ଓ ଅମରପାଲ ମୌର୍ଯ୍ୟ। ଉତ୍ତରପ୍ରଦେଶରେ ୧୦ଟି ରାଜ୍ୟସଭା ଆସନ ଖାଲି ପଡ଼ିଛି। ଉତ୍ତରପ୍ରଦେଶ ବାଦ୍ ବିହାର, ଛତିଶଗଡ଼, ହରିୟାଣା ଓ କର୍ଣ୍ଣାଟକ ଆସନ ପାଇଁ ମଧ୍ୟ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଦଳ […]

Samaya Live Picture
Published On

ନୂଆଦିଲ୍ଲୀ: ଫେବ୍ରୁଆରି ୨୭ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ଏହାର ପ୍ରାର୍ଥୀ ତାଲିକା ଜାରି କରିଛି । ଏଥିରେ ପ୍ରମୁଖ ପ୍ରାର୍ଥୀମାନେ ହେଲେ ସୁଧାଂଶୁ ତ୍ରିବେଦୀ, ଆର୍ପିଏନ୍ ସିଂହ, ତେଜବୀର ସିଂହ, ସାଧନା ସିଂହ, ସଙ୍ଗୀତା ବଲୱନ୍ତ, ନବୀନ ଜୈନ ଓ ଅମରପାଲ ମୌର୍ଯ୍ୟ। ଉତ୍ତରପ୍ରଦେଶରେ ୧୦ଟି ରାଜ୍ୟସଭା ଆସନ ଖାଲି ପଡ଼ିଛି। ଉତ୍ତରପ୍ରଦେଶ ବାଦ୍ ବିହାର, ଛତିଶଗଡ଼, ହରିୟାଣା ଓ କର୍ଣ୍ଣାଟକ ଆସନ ପାଇଁ ମଧ୍ୟ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଦଳ ପକ୍ଷରୁ ୧୨ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଥିବାବେଳେ ସେଥିରେ ଉତ୍ତରପ୍ରଦେଶରୁ ୭ ଜଣ ପ୍ରାର୍ଥୀ ଅଛନ୍ତି। ଆଜିର ପ୍ରାର୍ଥୀ ତାଲିକାରୁ ଏହା ସ୍ପଷ୍ଟ ଜଣାପଡ଼ୁଛି ଯେ ଜାତିଗତ ସମୀକରଣ ବଜାୟ ରଖିବାକୁ ବିଜେପି ପ୍ରୟାସ କରିଛି । ଆର୍ପିଏନ୍ ସିଂହ କୁର୍ମି ସମ୍ପ୍ରଦାୟରୁ ଆସିଛନ୍ତି। ସେ କୁଶୀନଗରରୁ ସାଂସଦ ଅଛନ୍ତି। ସେ କଂଗ୍ରେସ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ସୁଧାଂଶୁ ତ୍ରିବେଦୀ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଏବଂ ଜଣେ ବ୍ରାହ୍ମଣ । ଅମରପାଲ ମୌର୍ଯ୍ୟ ୟୁପି ବିଜେପିର ସାଧାରଣ ସମ୍ପାଦକ ଏବଂ ମୌର୍ଯ୍ୟ (କୋଇରି) ସମ୍ପ୍ରଦାୟର ଅଟନ୍ତି । ସଙ୍ଗୀତା ବଲୱନ୍ତ ଗାଜିପୁରର ବିଧାୟକ ଏବଂ ଜଣେ ପୂର୍ବତନ ମନ୍ତ୍ରୀ । ସେ ନିଶାଦ ସମ୍ପ୍ରଦାୟର ଜଣେ ଟାଣୁଆ ନେତ୍ରୀ । ତେଜବୀ ସିଂହ ଜାଟ୍ ସମ୍ପ୍ରଦାୟର ଏବଂ ଜଣେ ପୂର୍ବତନ ସାଂସଦ ଅଟନ୍ତି । ସାଧନା ସିଂହ ଜଣେ ବିଧାୟକ ଏବଂ ରାଜପୁତ ସଂପ୍ରଦାୟ । ନବୀନ ଜୈନ ଆଗ୍ରାରୁ ସାଂସଦ ହୋଇଛନ୍ତି । ଅନ୍ୟପକ୍ଷେ ବିହାର ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦୀଙ୍କୁ ଏଥର ବିହାରରୁ ଟିକେଟ ମିଳିନାହିଁ । ଅତ୍ୟନ୍ତ ପଛୁଆ ସଂପ୍ରଦାୟର ଭୀମ ସିଂହଙ୍କୁ ବିହାରରୁ ପ୍ରାର୍ଥୀ କରାଯାଇଛି। ଛତିଶଗଡ଼ରୁ ବିଜେପି ରାଜା ଦେବେନ୍ଦ୍ର ପ୍ରତାପ ସିଂହଙ୍କୁ ପ୍ରାର୍ଥୀ କରିଛି। ହରିୟାଣାର ଗୋଟିଏ ଆସନରୁ ସୁଭାଷ ବରାଲାଙ୍କୁ ପ୍ରାର୍ଥୀ କରାଯାଇଛି। କର୍ଣ୍ଣାଟକର ଗୋଟିଏ ଆସନରୁ ନାରାୟଣ କ୍ରିଷ୍ଣା ଭାନ୍ଦଗେଙ୍କୁ ବିଜେପି ପ୍ରାର୍ଥୀ କରିଛି।

Tags: