ରାଜ୍ୟସଭାରେ ‘ମୋଦୀ ମୋଦୀ’, ‘ଇଣ୍ଡିଆ ,ଇଣ୍ଡିଆ’ ସ୍ଲୋଗାନ ଯୁଦ୍ଧ
ନୂଆଦିଲ୍ଲୀ : ରାଜ୍ୟସଭାରେ ଆଜି ବି ମଣିପୁର ପ୍ରସଙ୍ଗରେ ଗୃହରେ ହାଇଡ୍ରାମା ହୋଇଛି। ଆଜି ବିରୋଧୀ ସାଂସଦମାନେ କଳା ପୋଷାକ ପରିଧାନ କରି ସଂସଦ ଆସିଛନ୍ତି। ସେମାନେ ମଣିପୁର ପ୍ରସଙ୍ଗରେ ଗୃହରେ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ ଦାବି କରି ସ୍ଲୋଗାନ ଦେଇଛନ୍ତି। ଆଜି ତାଲିକାଭୁକ୍ତ ହୋଇଥିବା କାଗଜ ଗୃହରେ ଉପସ୍ଥାପନ ହୋଇଥିଲା। ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଭାରତର ବିଦେଶ ନୀତି ସଂକ୍ରାନ୍ତରେ ଟିପ୍ପଣୀ ରଖିବା ସମୟରେ ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେଇଥିଲେ। ଶାସକ ମେଣ୍ଟର ସଦସ୍ୟମାନେ […]
ନୂଆଦିଲ୍ଲୀ : ରାଜ୍ୟସଭାରେ ଆଜି ବି ମଣିପୁର ପ୍ରସଙ୍ଗରେ ଗୃହରେ ହାଇଡ୍ରାମା ହୋଇଛି। ଆଜି ବିରୋଧୀ ସାଂସଦମାନେ କଳା ପୋଷାକ ପରିଧାନ କରି ସଂସଦ ଆସିଛନ୍ତି। ସେମାନେ ମଣିପୁର ପ୍ରସଙ୍ଗରେ ଗୃହରେ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ ଦାବି କରି ସ୍ଲୋଗାନ ଦେଇଛନ୍ତି। ଆଜି ତାଲିକାଭୁକ୍ତ ହୋଇଥିବା କାଗଜ ଗୃହରେ ଉପସ୍ଥାପନ ହୋଇଥିଲା। ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଭାରତର ବିଦେଶ ନୀତି ସଂକ୍ରାନ୍ତରେ ଟିପ୍ପଣୀ ରଖିବା ସମୟରେ ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେଇଥିଲେ। ଶାସକ ମେଣ୍ଟର ସଦସ୍ୟମାନେ ‘ ମୋଦୀ, ମୋଦୀ’ ସ୍ଲୋଗାନ ଦେଇଥିବାବେଳେ ବିରୋଧୀ ସଦସ୍ୟମାନେ ‘ଇଣ୍ଡିଆ, ଇଣ୍ଡିଆ’ ସ୍ଲୋଗାନ ଦେଇଥିଲେ। ପ୍ରବଳ ହୋହଲ୍ଲା ମଧ୍ୟରେ ଆଜି ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖାଯାଇଥିଲା। ଅପରାହ୍ନ ୧୨ଟା ପରେ ପୁଣିଥରେ ଗୃହକାର୍ଯ୍ୟ ଆରମ୍ଭ ହୋଇଛି।




